| 3921 |
ଅନ୍ନସଂସ୍ଥାନ |
Also : [ ଅନ୍ନଯୋଗ ]
- Annasaṁsthāna (ଦେ.ବି.) - କୌଣସି ବ୍ୟକ୍ତି ଯେଉଁପରି ମୁଠାଏ ଖାଇବାକୁ ପାଇବ, ତହିଁର ବ୍ୟବସ୍ଥା Provision for a person to get his bread.
- ଜୀବନ-ଧାରଣୋପାୟ; ଜୀବିକା Livelihood, means of support.
|
| 3922 |
ଅନ୍ନରସ |
- Annarasa (ସଂ.ବି.) - ପେଟରେ ଖାଦ୍ୟ ଦ୍ରବ୍ୟର ପରିପାକ ହେଉଥିବା ଅବସ୍ଥାରେ ତହିଁରୁ ନିର୍ଗତ ହେବା ଶୁକ୍ଳ ରସ The white fluid drawn from food while in the process of digestion in the stomach; chyle.
|
| 3923 |
ଅନ୍ନସିଦ୍ଧି |
- Annasiddhi (ସଂ.ବି.) - ଅନ୍ନପାକ; ରୁଷେଇ ବା ରୋଷେଇ; ରନ୍ଧନ Cooking of rice.
|
| 3924 |
ଅନ୍ନାଦ |
- Annāda (ସଂ.ବିଣ.) - ପରାନ୍ନଭୋଜୀ; ପରଭାତୁଆ Subsisting on another's food.
- ଅନ୍ନଭୋଜୀ; ଅନ୍ନାହାରୀ Rice-eating; subsisting on food.
- (ସଂ.ବି.) - ବିଷ୍ଣୁ (ଯାହାଙ୍କୁ ଅନ୍ନଭୋଗ ଲଗାଯାଏ) The God Bishṇu (to whom cooked fice is offered.)
|
| 3925 |
ଅନ୍ନାର୍ଥ |
- Annārtha (ଦେ.ଅ.) - ଅନ୍ନ ନିମନ୍ତେ; ମୁଠାଏ ଭାତ ପାଇବା ଆଶାରେ For food; in hope of having a handful of rice.
- କ୍ଷୁଧିତ ହୋଇ ଖାଇବାକୁ ଅନ୍ନ ପ୍ରାର୍ଥନା କରୁଥିବା (ବ୍ୟକ୍ତି) Desirous of food; solicitions of getting a meal
- କ୍ଷୁଧିତ Hungry.
|