| 3906 |
ଅନ୍ନନିଷିଦ୍ଧ କାଳ |
- Annanishiddha kāḻā (ସଂ.ବି.) - ହିନ୍ଦୁଶାସ୍ତ୍ର ମତରେ ଯେଉଁ କାଳରେ ପକ୍ୱାନ୍ନ ଭୋଜନ ନିଷିଦ୍ଧ (ଯଥା - ଚନ୍ଦ୍ରଗ୍ରହଣ; ସୂର୍ଯ୍ୟୋପରାଗ; ଏକାଦଶୀ; ସଂକ୍ରାନ୍ତି; ଅମାବସ୍ୟାଦିର ରାତ୍ରି କାଳ; ପର୍ବରାତ୍ର; ଶିବଚତୁର୍ଦ୍ଦଶୀ; ଜନ୍ମାଷ୍ଟମୀ ଇତ୍ୟାଦି।) The times specified in the Hindu sastras in which people are enjoined not to take boiled rice or food.
|
| 3907 |
ଅନ୍ନପାଣି |
- Annapāṇi (ଦେ.ବି.) - (ସହଚର) ଖାଦ୍ୟପାନୀୟ Food and drink.
|
| 3908 |
ଅନ୍ନପୂର୍ଣ୍ଣା |
Also : [ ଅନ୍ନପୁନ୍ନା ]
- Annapūrṇṇā (ସଂ.ବି.) - ଅନ୍ନଦ୍ୱାରା ତୃପ୍ତି କାରିଣୀ; ବିଶ୍ୱେଶ୍ୱରୀ (ଏ ମୂର୍ତ୍ତି କାଶୀରେ ପ୍ରତିଷ୍ଠିତ); ପାର୍ବତୀଙ୍କ ଅବତାରବିଶେଷ The Hindu Goddess said to feed the world; an incarnation of the Goddess Pārbatī
- କିଆଜାତୀୟ ଏକ ପ୍ରକାର ଅତି କ୍ଷୁଦ୍ର ନିଷ୍କଣ୍ଟକ ଗୁଳ୍ମ (ଏହାର ପତ୍ର ସୁବାସଯୁକ୍ତ। ଭାତ ମଧ୍ୟରେ ଏ ପତ୍ରକୁ କିଛି କାଳ ପୋତି ରଖିଲେ ଭାତ ମଧୁରବାସଯୁକ୍ତ ହୁଏ Rice-scent grass, pandanus.
- (ସଂ.ବିଣ) - ଅନ୍ନଦ୍ୱାରା ପୂର୍ଣ୍ଣା (ପୃଥିବୀ) Full of food materials; brimming with plenty (the earth).
- (ଦେ.ବି.) - ଉତ୍କଳର ଆଧୁନିକ ନାରୀକବି (ଅନ୍ନପୂର୍ଣ୍ଣା ମହାରଣା) A modern female composer of Oria poems.
- ସ୍ତ୍ରୀ ଲୋକର ନାମ A name given to females.
- କଟକ ଓ ପୁରୀରେ ଥିବା ପୁରୁଣା ରଙ୍ଗମଞ୍ଚ (ଅନ୍ନପୂର୍ଣ୍ଣା ଥିଏଟର) Arnapurna Theatre A historic cultural institutions
|
| 3909 |
ଅନ୍ନପ୍ରାଶନ |
Also : [ ଅନ୍ନଛୁଆଁ ]
- Annaprāṡana (ସଂ.ବିଣ.) - ଶିଶୁର ପ୍ରଥମ ଅନ୍ନ ଭକ୍ଷଣରୁପ ସଂସ୍କାର ବିଶେଷ; ଅନ୍ନଛୁଆଁ The ceremony of giving rice to the child for the first time.
|
| 3910 |
ଅନ୍ନବସ୍ତ୍ର |
Also : [ ଅନ୍ନବସ୍ର ]
- Annabastra (ସଂ.ବି.) - ଖାଦ୍ୟ ଓ ପରିଧାନ Food and raiment.
- ଭାତଲୁଗା; ଖୋରାକପୋଷାକ; ଭରଣପୋଷଣ Maintenance.
|