| 3806 |
ଅନ୍ତୁଡ଼ିହାଣ୍ଡି |
- Antuṟḍ̠ihāṇḍi (ଦେ.ବି.) - ଯେଉଁ ହାଣ୍ଡିରେ ଅନ୍ତୁଡ଼ି ପାଉଁଶ ଆଦି ପୁରାଯାଇ ଉଠିଆରି ଦିନ ପାଣିକି ଫୋପାଡ଼ି ଦିଆଯାଏ Pot in which the ashes of the lying-in room are gathered and thrown away.
|
| 3807 |
ଅନ୍ତେ |
- Ante (ଦେ.କ୍ରି.ବିଣ.) - ପରେ After; afterwards.
- ଶେଷରେ; ସର୍ବଶେଷରେ At last; finally; at the end.
- ମଧ୍ୟରେ In.
- ପେଟ ଭିତରେ; ଅନ୍ତରରେ In the belly.
- ମୃତ୍ୟୁ ପରେ After death.
[ ଉ ]
- ତାଙ୍କ ଅନ୍ତେ ତାଙ୍କର ସବୁ ସମ୍ପତ୍ତି ଏକାଦିନକେ ବୁଡ଼ିଯିବ। (ପ୍ରବାଦ)
- ଏଥୁଅନ୍ତେ ଶୁଣ ରସିକ ଜନେ । ଦିନେ ବିଚାର କଲେ ସଖୀମାନେ । (ଲାବଣ୍ୟବତୀ - ଉପେନ୍ଦ୍ର ଭଞ୍ଜ)
- ଅନ୍ତେ ତିକ୍ତ ଦନ୍ତେ ଲୁଣ୍, ପେଟ ପୁରିବ ତିନି କୁଣ୍ / ମାଥେ କାପଡ୍ ପାୟେ ତେଲ; ବଇଦ ସଙ୍ଗେ କରିବ ଗେଲ୍ (ଢଗ)
|
| 3808 |
ଅନ୍ତେବାସୀ |
- Antebāsī (ସଂ.ବି.) - ଯେ ପଠନାବସ୍ଥାରେ ଗୁରୁ ସମୀପରେ ବାସ କରେ; ଛାତ୍ର; ଶିଷ୍ୟ Disciple; student; pupil.
- ଅନ୍ୟତ୍ର ବସବାସ କରୁଥିବା ଗୋଷ୍ଠୀ ବା ସମାଜ A group or society living elsewhere, living together.
- ଚଣ୍ଡାଳ A low caste man; a person of the untouchable class.
- (ସଂ.ବିଣ.) - ସମୀପବର୍ତ୍ତୀ Living near; situated near.
|
| 3809 |
ଅନ୍ତେଶ୍ବରପୁର |
- Anteshwarapur (ଦେ.ବି.) - ଉଆସ Palace.
|
| 3810 |
ଅନ୍ତ୍ୟ |
- Antya (ସଂ.ବିଣ.) - ଅନ୍ତିମ; ଚରମ Last.
- ନୀଚ Base; low.
- ଅବଶିଷ୍ଟ Remaining.
- (ସଂ.ବି.) - ଚଣ୍ଡାଳ; ନୀଚଜାତି Low caste man; of the low caste.
- (୧000000000000) ଏକଲକ୍ଷ କୋଟି ସଂଖ୍ୟା The number 100000 billions.
|