| 3816 |
ଅନ୍ତ୍ୟାନୁପ୍ରାସ |
- Antyānuprāsa (ସଂ.ବି.) - ଅନୁପ୍ରାସବିଶେଷ A sort of alliteration.
[ ଉ ] ଉପାନ୍ତ ସ୍ୱର ସହିତ ବ୍ୟଞ୍ଜନବର୍ଣ୍ଣ ପଦପ୍ରାନ୍ତରେ ପୁନଃପୁନଃ ଉଚ୍ଚାରିତ ହେଲେ ଅନ୍ତ୍ୟାନୁପ୍ରାସ ହୁଏ। ପୂର୍ଣ୍ଣ ମିତ୍ରାକ୍ଷର କବିତା ମାତ୍ରେ ଏହାର ଆଦର୍ଶ।
|
| 3817 |
ଅନ୍ତ୍ୟେଣ |
Also : [ ଅନ୍ତେ ]
- Antyeṇa (ଗ୍ରା.ପଦ୍ୟ.ବିଣ.) - ପରେ After; afterwards.
- ଶେଷରେ; ସର୍ବଶେଷରେ At last; finally; at the end.
- ମଧ୍ୟରେ In.
- ପେଟ ଭିତରେ; ଅନ୍ତରରେ In the belly.
- ମୃତ୍ୟୁ ପରେ After death.
|
| 3818 |
ଅନ୍ତ୍ୟେଷ୍ଟି |
- Antyeshṭi (ସଂ.ବି.) - (ଅନ୍ତ୍ୟେ=ଶେଷ କାଳୀନ+ଯଜ୍ ଧାତୁ+ଭାବ. ତି) ଶେଷ ଯଜ୍ଞ; ଦୁର୍ବଳ କର୍ମ; ମୃତ ସଂସ୍କାରାଦି ପ୍ରେତକୃତ୍ୟ; ଶବଦାହାଦି କର୍ମ; ମନୁଷ୍ୟ ମରିବା ପରେ ମୃତ ବ୍ୟକ୍ତି ପ୍ରେତର ଉଦ୍ଧାର ନିମିତ୍ତ ଅନୁଷ୍ଠିତ ଶାସ୍ତ୍ରୋକ୍ତ କର୍ମ Final rites; funeral sacrifice; rites performed after the death of a person.
|
| 3819 |
ଅନ୍ତ୍ୟେଷ୍ଟିକ୍ରିୟା |
Also : [ ଅନ୍ତ୍ୟେଷ୍ଟି ]
- Antyeshṭikriyā (ସଂ.ବି.) - (ଅନ୍ତ୍ୟେ=ଶେଷ କାଳୀନ+ଯଜ୍ ଧାତୁ+ଭାବ. ତି) ଶେଷ ଯଜ୍ଞ; ଦୁର୍ବଳ କର୍ମ; ମୃତ ସଂସ୍କାରାଦି ପ୍ରେତକୃତ୍ୟ; ଶବଦାହାଦି କର୍ମ; ମନୁଷ୍ୟ ମରିବା ପରେ ମୃତ ବ୍ୟକ୍ତି ପ୍ରେତର ଉଦ୍ଧାର ନିମିତ୍ତ ଅନୁଷ୍ଠିତ ଶାସ୍ତ୍ରୋକ୍ତ କର୍ମ Final rites; funeral sacrifice; rites performed after the death of a person.
|
| 3820 |
ଅନ୍ତ୍ର |
- Antra (ସଂ.ବି.) - ଅନ୍ତବୁଜୁଳା; ଅନ୍ତପୁଟା; ଉଦର ମଧ୍ୟସ୍ଥିତ ନାଡ଼ିଚୟ The entrails; bowels; viscera.
|