| 3796 |
ଅନ୍ତୁଡ଼ି |
- Antuṟḍ̠i (ଦେ.ବି.) - ପ୍ରସୂତିର ଗୃହରେ ଜଳିବା ଅଗ୍ନି (ନବ ପ୍ରସୂତି ଓ ନବ ପ୍ରସୂତ ଶିଶୁକୁ ଶେକିବା ପାଇଁ ଏହା ବ୍ୟବହୃତ ହୁଏ) The fire got up in the room where the new-born baby is kept.
|
| 3797 |
ଅନ୍ତପୁର |
Also : [ ଅନ୍ତଃପୁର ]
- Antapura (ସଂ.ବି.) - ଅବରୋଧ; ଅନ୍ଦରମହଲ; ସ୍ତ୍ରୀ ଲୋକଙ୍କ ଚଳାଚଳ ହେବା ଗୃହର ଅନ୍ତର୍ବର୍ତ୍ତୀ ଅଞ୍ଚଳ Female apartment; harem; seraglio.
|
| 3798 |
ଅନ୍ତୁଡ଼ିଉଠିଆରି |
- Antuṟḍ̠iuthiāri (ଦେ.ବି.) - ଶିଶୁ ଜନ୍ମ ହେବାର ସପ୍ତମ, ଅଷ୍ଟମ ବା ନବମ ଦିନର କୃତ୍ୟ ବା ଅନୁଷ୍ଠାନ, ସେ ଦିନ ଅନ୍ତୁଡ଼ି ନିଆଁ ଉଠାଯାଇ ପ୍ରସୂତି ସ୍ନାନ କରେ ଓ ଅନ୍ତୁଡ଼ିଶାଳ ସଫା ହୁଏ A ceremony on the 7th, 8th or 9th day after a child's birth.
[ ଉ ]
- ବୋହୂ ଝିଅ ଦେହକୁ ଲାଗିଲେ ଉଠିଆରି ପର୍ଯ୍ୟନ୍ତ ପୁଆତି ପାଖଛଡ଼ା ହୁଏନାହିଁ (ଛମାଣଆଠଗୁଣ୍ଠ - ଫକୀରମୋହନ)
- ଅନ୍ତୁଡ଼ିଉଠିଆରି ଦି। ଶକଟ ଭାଙ୍ଗି କଲା ଚୂର୍ଣ୍ଣ।। (ଭାଗବତ - ଜଗନାଥ ଦାସ।
|
| 3799 |
ଅନ୍ତୁଡ଼ି ଉଠିବା |
- Atuṟḍ̠i uthibā (ଦେ.ବି.) - ପ୍ରସବର ସାତ ଦିନପରେ ଅନ୍ତୁଡ଼ିଶାଳରୁ ପାଉଁଶ ଆଦି କଢ଼ା ଯାଇ ସଫା ହେବା Act of removing the ashes on the 7th day of the birth.
|
| 3800 |
ଅନ୍ତୁଡ଼ିଛୁଆ |
Also : [ ଅନ୍ତୁଡ଼ିପିଲା ]
- Antuṟḍ̠ichhua (ଦେ.ବି.) - ନବଜାତ ଶିଶୁ (ଯେ ଅନ୍ତୁଡ଼ିଶାଳରୁ ବାହାରି ନାହିଁ) A new born baby.
|