| 3706 |
ଅନ୍ତର |
- Antara (ସଂ.ବି.) - ଅବକାଶ Interval.
- ମଧ୍ୟ Interior.
- ରନ୍ଧ୍ର; ଛିଦ୍ର Hole.
- ଅବସର Opportunity.
- ସୀମା; ଅବଧି Limit.
- ବସ୍ତ୍ର; ପରିଧାନ Cloth.
- ଅନ୍ତର୍ଦ୍ଧାନ; ଅଦୃଶ୍ୟତା Dissappearance.
- ଭେଦ Disagreement.
- ତାରତମ୍ୟ; ପ୍ରଭେଦ Difference.
- ଦୁଇ ବସ୍ତୁ ମଧ୍ୟରେ ଥିବା ସ୍ଥାନ Space left between two things.
- ବ୍ୟବଧାନ; ଦୂରତ୍ୱ Distance.
- ବିନା; ବ୍ୟତିରେକ Absence.
- ବହିଃସ୍ଥାନ Outside.
- ତାଦର୍ଥ୍ୟ Similar meaning.
- ବିଶେଷ; ଆଧିକ୍ୟ Excess.
- (ଦେ.ବି.) - ଅନ୍ତରାୟ ସ୍ୱରୂପ ମଧ୍ୟରେ ଥିବା ବସ୍ତୁ Impediment.
- ବିଚ୍ଛେଦ Separation.
- ମନ; ହୃଦୟ Heart; mind.
- ମଧ୍ୟସ୍ଥଳ Middle.
- ଭିତର; ଅନ୍ତଃସ୍ଥଳ Inside.
- ଅନ୍ତ୍ର Entrails.
- କପଟ Hypocricy. ଅ
- କଷ୍ଟ Difficulty.
- ରାଜା ଓ କ୍ଷତ୍ରିୟମାନଙ୍କର ଦାସୀ ଗର୍ଭସମ୍ଭୂତ ପୁତ୍ର Illegitimate child of a Kshatriya-father through a concubine.
- (ଦେ.ବିଣ.) - ଦାସୀ ଗର୍ଭଜାତ Born of a concubine.
- ସଦୃଶ Similar.
- ଆତ୍ମୀୟ Related.
- ପୃଥକ୍; ଅପର; ଅନ୍ୟ Different. (ଯଥା - ଆଜି କଥା କାଲିକି ଅନ୍ତର।)
- ହୃଦ୍ଗତ Mental.
- ଅନ୍ତର୍ଗତ Internal.
- ମଧ୍ୟଗତ Situated in the middle.
- (ଦେ.ବି.) - (ଜ୍ୟୋତିଷ) (ସଂ. ଅନ୍ତର୍ଦ୍ଦଶା) ଅନ୍ୟ ଗ୍ରହର ଦଶାଭୋଗ କାଳରେ ଏକ ଗ୍ରହର ଦୂରରେ ଅବସ୍ଥାନ (Astrology) A state of one planet appearing at a distance during the ascendance of another planet.
- (ଦେ.ବିଣ.) - ଅନ୍ତରିତ; ପୃଥକ୍ Different
[ ଦ୍ର ] ଏ ଅର୍ଥରେ ସଂସ୍କୃତରେ 'ଅନ୍ତର' ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ, ଯଥା - ଗ୍ରାମାନ୍ତର; ଦେଶାନ୍ତର - କାରଣ ସମାସରେ 'ଅନ୍ୟ' ଶବ୍ଦ ସ୍ଥଳରେ 'ଅନ୍ତର' ଆଦେଶ ହୁଏ।
|
| 3707 |
ଅନ୍ତରକଟା |
- Antarakaṭā (ଦେ.ବିଣ.) - ବିଶ୍ୱାସଘାତକ Faithless; perfidious.
|
| 3708 |
ଅନ୍ତରକରଣ |
- Antarakaraṇa (ଦେ.ପଦ୍ୟ.) - ହୃଦୟ; ଅନ୍ତଃକରଣ Heart.
|
| 3709 |
ଅନ୍ତର କରିବା |
- Antara karibā (ଦେ.କ୍ରି.) - ଦୂର କରିବା To send away to a distance.
- ତଡ଼ିଦେବା To drive away.
- ଭିନ୍ନ କରିଦେବା; ପୃଥକ୍ କରିଦେବା To separate (in mess or lodging).
- ପାସୋରିବା; ହୃଦୟରୁ ଭୁଲିଯିବା; ମନରୁ ତ୍ୟାଗ କରିବା To forget; to shake off from the mind.
|
| 3710 |
ଅନ୍ତରଗତ |
- Antaragata (ଗ୍ରା.ପଦ୍ୟ.) - ମନେ ମନେ In mind.
|