| 3691 |
ଅନ୍ତଗୁଲି |
- Antaguli (ଦେ.ବି.) - ପେଟ ବା ଅନ୍ତ୍ରର ମଧ୍ୟରେ ହେବା ବ୍ରଣବିଶେଷ Appendicites; boil in the entrails.
|
| 3692 |
ଅନ୍ତଚିରା (ବାରୁ) |
- Antachḥirā (Bāru) (ଦେ.ବିଣ.) - (ଯେଉଁ ମାଈ ଘୋଡ଼ାର ଅନ୍ତପୁଟି ବାହାର କରି ଛୁଆକୁ ପେଟରୁ କଢ଼ା ଯାଇଥାଏ) -ଅତିଦ୍ରୁତଗାମୀ ଅଶ୍ୱ Very swift horse.
[ ଦ୍ର ] କାହାଣୀ ଆଦିରେ ଅତି ବେଗବାନ୍ ଅଶ୍ୱକୁ ଅନ୍ତଚିରା ବାରୁ ବୋଲି କହାଯାଏ। ଏହି ଘୋଡ଼ାକୁ ମାଆ ଜନ୍ମ କରି ନ ପାରିବାରୁ ଜୀଇ ଥାଉଁ ଥାଉଁ ମାଆର ପେଟକୁ ଚିରି ଏ ଘୋଡ଼ା ଛୁଆକୁ ବାହାର କରନ୍ତି। ଏଥିପାଇଁ ଏହି ନାମ।
|
| 3693 |
ଅନ୍ତଜଳିବା |
- Antajaḻibā (ଦେ.ବି.) - ପେଟ ଜଳିବା; ଅତି କ୍ଷୁଧାର୍ତ୍ତ ହେବା Being very hungry.
|
| 3694 |
ଅନ୍ତତଃ |
- Antataḥ (ଦେ.କ୍ରି.ବିଣ.) - ନିତାନ୍ତ ପକ୍ଷରେ At any rate.
- ଶେଷରେ At the end; in the extreme.
|
| 3695 |
ଅନ୍ତପିତ୍ତ |
- Antapitta (ଦେ.ବି.) - (ଦ୍ୱନ୍ଦ୍ୱ; ଅନ୍ତ ଓ ପିତ୍ତ) ଶିରାଭ୍ୟନ୍ତରସ୍ଥ ଅନ୍ତ ଓ ପିତ୍ତ Entrails and bile in the body.
|