| 3681 |
ଅନ୍ତଃସ୍ଥବର୍ଣ୍ଣ |
- Antaḥsthabarṇṇa (ସଂ.ବି.) - (ବ୍ୟାକରଣ ପରିଭାଷା) ମଧ୍ୟସ୍ଥ ବର୍ଣ୍ଣ ବା ଅକ୍ଷର; ଯେଉଁ ବର୍ଣ୍ଣ ସ୍ପର୍ଶ ଓ ଉଷ୍ଣ ବର୍ଣ୍ଣ ମଧ୍ୟରେ ଥାଏ (ଯଥା; ଯ, ର, ଳ, ବ) The letters j̄a, Ra, La, and Wa.
|
| 3682 |
ଅନ୍ତଃସ୍ଥ ଯ |
- Antaḥstha J̄a (ସଂ.ବି.) - (ବ୍ୟାକରଣ) ଅବର୍ଗ୍ୟ 'ଯ' The 'J̄a' sound and letter.
[ ଦ୍ର ] ଏହାର ଉଚ୍ଚାରଣ ୟ; ଇ+ଅ ପରି।
|
| 3683 |
ଅନ୍ତଃସ୍ଥ ବ |
Category : [ Gammar ]
- Antaḥstha ba (ସଂ.ବି.) - ଅବର୍ଗ୍ୟ ବ The 'wa' sound and letter.
[ ଦ୍ର ] ଏହାର ଉଚ୍ଚାରଣ 'ବ' ପରି। ଅଶିକ୍ଷିତ ଲୋକେ ଏହାକୁ ଓ୍ୱ ବା ଓ୍ୟ ମଧ୍ୟ ଲେଖନ୍ତି।]
|
| 3684 |
ଅନ୍ତଃସ୍ବେଦ |
- Antaḥsweda (ସଂ.ବିଣ.) - ଦେହ ଭିତରେ ଯାହାର ମଦ ବା ସ୍ୱେଦ ଅଛି Having perspiration in the body.
- (ସଂ.ବି.) - ମଦସ୍ରାବୀ ହସ୍ତୀ—An Elephant in rut.
|
| 3685 |
ଅନ୍ତକ |
- Antaka (ସଂ.ବି.) - ଯମ; ମୃତ୍ୟୁଦେବତା Death; God of Death.
- ଭରଣୀ ନକ୍ଷତ୍ର; ଦ୍ୱିଜା ନକ୍ଷତ୍ର The second constellation (in Hindu astrology).
- (ସଂ.ବିଣ.) -ବିନାଶକାରୀ Destructive; destroying.
- ମାରାତ୍ମକ Deadly; mortal; fatal.
|