| 3661 |
ଅନ୍ତ୍ |
- Ant (root) (ସଂ.) - ବନ୍ଧନ କରିବା To bind.
|
| 3662 |
ଅନ୍ତ |
- Anta (ସଂ.ବି.) - ଶେଷ The end.
- ସୀମା Limit.
- ମୃତ୍ୟୁ; ନାଶ Death; extinction.
- ସ୍ୱଭାବ; ସ୍ୱରୂପ Nature.
- ନିଶ୍ଚୟ Certainty.
- ଗତିବିଧି Where-abouts; movements.
- (ଦେ.ବି.) - ଉଦରର ନାଡ଼ୀ Entrails; bowels; viscera.
- ଅନ୍ତର; ହୃଦୟ Heart; mind.
- (ସଂ. ଅନନ୍ତ) ଅନନ୍ତ (ଦେଖ)
- ଅସୀମ Boundless.
- ଯାହାର ଶେଷ ନାହିଁ; ଅଶେଷ Endless.
- ଆନ୍ତରିକ ଭାବ Mental condition.
- (ସଂ.ବିଣ.) - ସମୀପ; ନିକଟସ୍ଥ Near; adjacent.
- ସୁନ୍ଦର Beautiful; pleasing.
|
| 3663 |
ଅନ୍ତଃ |
- Antaḥ (ସଂ.ବି.) - ହୃଦୟ Heart.
- ମନ Mind.
- ଭିତରେ Inside; inner part.
- ମଧ୍ୟ Middle.
[ ଦ୍ର ] ଅନ୍ୟ ଶବ୍ଦମାନଙ୍କର ପୂର୍ବରେ ଲାଗି ଏହି ଅର୍ଥମାନ ମଧ୍ୟ ବୁଝାଏ। ଯଥା - ଅନ୍ତଃକରଣ, ଅନ୍ତଃସ୍ଥ ଇତ୍ୟାଦି।
|
| 3664 |
ଅନ୍ତଃକରଣ |
Also : [ ଅନ୍ତସକରଣ ]
- Antaḥkaraṇa (ସଂ.ବି.) - ଅନ୍ତରିନ୍ଦ୍ରିୟ Internal organ or sense.
- ମନ Mind.
- ହୃଦୟ Heart.
- ମନ, ବୁଦ୍ଧି, ଅହଙ୍କାର ଓ ଚିତ୍ତର ମିଳନାବସ୍ଥା; ମାନସିକ ବୃତ୍ତିଚୟ The faculty of intention, willing and volition.
|
| 3665 |
ଅନ୍ତଃକପଟୀ |
Also : [ ଅନ୍ତକପଟୀ ]
- Antaḥkapaṭī (ସଂ.ବିଣ.) -.କପଟୀ Hypocritical.
- ବକ୍ରାନ୍ତଃକରଣ Crooked; of crooked mind.
- ଅସରଳ One who is not frank.
- (ସଂ.ବି.) - ଶଙ୍ଖ Conch-shell (with convolution)
|