| 3496 |
ଅନୁମତି |
- Anumati (ସଂ.ବି.) - ଅନୁଜ୍ଞା; ଆଦେଶ Permission.
- ସମ୍ମତି ପ୍ରଦାନ Acquiescence; consent.
- ଯେଉଁ ପୂର୍ଣ୍ଣମୀରେ ଏକ କଳାହୀନ ଚନ୍ଦ୍ରମାର ଉଦୟ ହୁଏ (ଅର୍ଥାତ୍ ଚତୁର୍ଦ୍ଦଶୀଯୁକ୍ତ ପୂର୍ଣ୍ଣିମା) Full-moon occuring on the 14th day of the bright-fortnight.
- (ଦେ.ବି.) - ବିବାହ ପୂର୍ବରୁ କନ୍ୟାପକ୍ଷକୁ ଯିବା ବିବାହ ସ୍ୱୀକାରସୂଚକ 'ସୀଉକାର' Ceremony of betrothal by the bride's party contracted with the bridegroom's party.
|
| 3497 |
ଅନୁମତିଦରଖାସ୍ତ |
- Anumatidarakhāsta (ଦେ.ବି.) - (କଚିରିଆ) କୈଣସି ବିଶିଷ୍ଟ କାର୍ଯ୍ୟ (ଯଥା - ନିରୂପିତ ସମୟ ପରେ ପ୍ରତିବାଦୀ ଜବାବ ଦାଖଲ କରିବା ପରେ ଦଲିଲ ଦାଖଲ କରିବା; ଦେଣାଦାର ନିଲାମ ଡାକିବାରେ ଅଦାଲତଙ୍କଠାରୁ ଅନୁମତି ପାଇବା) ପାଇଁ ଦିଆଯିବା ଦରଖାସ୍ତ A petition for permission presented to a court to do certain acts.
|
| 3498 |
ଅନୁମତିପତ୍ର |
- Anumatipatra (ଦେ.ବି.) - (ଆଇନ୍) ସ୍ୱାମୀ ଅନ୍ତେ ସ୍ତ୍ରୀର ପୋଷ୍ୟପୁତ୍ର ଗ୍ରହଣ କରିବା ନିମନ୍ତେ ସ୍ୱାମିଦତ୍ତ ଅନୁଜ୍ଞାପତ୍ର; ପୋଷ୍ୟପୁତ୍ର ଗ୍ରହଣ କରିବା ପାଇଁ ସ୍ତ୍ରୀକୁ ପ୍ରଦତ୍ତ କ୍ଷମତାପତ୍ର (law) Letter of authority (to a wife) to adopt a son after the husband's death (generally given by the husband before death.)
|
| 3499 |
ଅନୁମତେ |
- Anumate (ଦେ.ପଦ୍ୟ.କ୍ରି.ବିଣ.) - ମତାନୁସାରେ; ଇଚ୍ଛାନୁସାରେ According to ones wish.
- ଅନୁସାରେ According to.
- ଅନୁରୋଧ ଅନୁସାରେ According to request.
|
| 3500 |
ଅନୁମନ୍ତା |
- Anumantā (ସଂ.ବିଣ.) - ଅନୁମତିଦାତା; ଯେ ଅନୁମତି ଦିଏ One who gives permission.
|