| 3316 |
ଅନୁକାରୀ |
- Anukārī (ସଂ.ବିଣ.) - ଯେ ଅନୁକରଣ କରେ; ଅନୁକରଣକାରୀ Imitating.
- ଅନ୍ୟ ସଙ୍ଗେ ସମାନ ହୋଇଥିବା Resembling.
|
| 3317 |
ଅନୁକୀର୍ଣ୍ଣ |
- Anukīrṇṇa (ସଂ.ବିଣ.) - ବ୍ୟାପ୍ତ; ବିସ୍ତୃତ Pervaded.
|
| 3318 |
ଅନୁକୂଳ |
- Anukūḻa (ସଂ.ବିଣ.) - ସଦୟ Kind; compassionate.
- ସହାୟ; ସପକ୍ଷ Helpful; favourable; friendly.
- ଅନୁଗ୍ରହକାରୀ Showing favour.
- ପୋଷକ Supporting.
- ଅନୁରକ୍ତ Attracted to.
- ଅଳଂକାର ଶାସ୍ତ୍ରୋକ୍ତ ନାୟକବିଶେଷ; ଏକ ମାତ୍ର ନାୟିକାଠାରେ ଆସକ୍ତ ନାୟକ (Rhetoric) A lover who is attracted to one and only one lady.
- ଅର୍ଥାଳଙ୍କାରବିଶେଷ; ପ୍ରତିକୂଳ ବିଷୟ ଅନୁକୂଳ ହେଲେ ଅନୁକୂଳ ଅଳଙ୍କାର ହୁଏ। (Rhetoric) A case in which an unfavourable matter is said to be favourable.
- (ଦେ.ବି.) - କାର୍ଯ୍ୟର ଆରମ୍ଭ Beginning of a work.
- କୌଣସି ଉଦ୍ଦେଶ୍ୟରେ ଯାତ୍ରା କରିବାର ଆରମ୍ଭ Beginning of a journey for some special purpose.
|
| 3319 |
ଅନୁକୂଳ କରିବା |
- Anukūḻa karibā (ଦେ.କ୍ରି.) - କୌଣସି ଶୁଭକାର୍ଯ୍ୟର ଆରମ୍ଭ କରିବା To begin any good work.
- ବିଦେଶ ଯାତ୍ରା ଆରମ୍ଭ କରିବା; ବାହାରିବା To begin a journey.
- ଯେକୌଣସି କାର୍ଯ୍ୟ ଆରମ୍ଭ କରିବା To begin any work.
|
| 3320 |
ଅନୁକୂଳତା |
- Anukūḻatā (ସଂ.ବି.) - ସପକ୍ଷତା; ସହାୟ The quality of being favourable.
- ଦୟା; ଦାକ୍ଷିଣ୍ୟ Kindness; compassion.
|