| 2986 |
ଅନର୍କାଭ୍ୟୁଦିତ |
- Anarkābhyudita (ସଂ.ବି.) - ସୂର୍ଯ୍ୟୋଦୟର ଅବ୍ୟବହିତ ପୂର୍ବ କାଳ The time just before sun rise.
|
| 2987 |
ଅନର୍ଗଳ |
Also : [ ଅନରଗଳ ]
- Anargaḻa (ସଂ.ବିଣ.) - ବାଧାରହିତ Unhindered; free from obstruction.
- ମଝିରେ ମଝିରେ ବନ୍ଦ ହେଉ ନ ଥିବା; ଅବିରାମ Uninterrupted.
- ନିରଙ୍କୁଶ Unfettered.
- ଅପ୍ରତିବନ୍ଧ Unrestrained.
- ସ୍ୱେଚ୍ଛାଚାରୀ Licentious.
- ସ୍ୱାଧୀନ Free; independent.
- ଯହିଁରେ କିଳିଣୀ ନ ଥାଏ Having no bar.
- (ଗ୍ରା.ବିଣ.) - ଅତି ଦୃଢ଼ Very strong.
- ଅବିଶ୍ରାନ୍ତଭାବରେ Uninterruptedly.
- ଗଡ଼ ଗଡ଼ କରି (କହିବା) Very fluently. (ଯଥା - ବକ୍ତା ଅନରଗଳ କହି ଯାଉଥାନ୍ତି; ଆମେ ତାଙ୍କ ଆଡ଼କୁ ବଲ ବଲ କରି ଚାହିଁଥାଉଁ)
|
| 2988 |
ଅନର୍ଗଳ ମୁକୁଟ |
- Anargaḻa mukuṭa (ଦେ.ବି.) - ରାଜା ଦୁର୍ଯ୍ୟୋଧନଙ୍କ ରାଜମୁକୁଟ The crown worn by king Durj̄yodhana.
|
| 2989 |
ଅନର୍ଗଳା |
- Anargaḻā (ସଂ.ବିଣ.) - ଅନର୍ଗଳର ସ୍ତ୍ରୀଲିଙ୍ଗ Feminine of Anargaḻa.
- (ଗ୍ରା. ପଦ୍ୟ.ବିଣ.) - ଅତି ଦୃଢ଼ Very strong.
- ଅତିବଳିଷ୍ଠ Very mighty.
- ଅଜେୟ Invincible.
|
| 2990 |
ଅନର୍ଘ |
- Anargha (ସଂ.ବିଣ.) - ଅମୂଲ୍ୟ; ବହୁମୂଲ୍ୟ Priceless; invaluable.
- ବେଜାୟ ମୂଲ୍ୟ Wrong value.
- ଅମୂଲମୂଲ Wrong price.
|