| 2976 |
ଅନଭ୍ରବୃଷ୍ଟି |
- Anabhrabṛushṭi (ସଂ.ବି.) - (କର୍ମଧା; ପୂର୍ବରୁ ମେଘ ନ ଉଠାଇ ହଠାତ୍ ବର୍ଷା ହେବା) (ଲକ୍ଷଣାର୍ଥ) ଅପ୍ରତ୍ୟାଶିତ ପ୍ରାପ୍ତି Unexpected acquisition.
|
| 2977 |
ଅନମ |
- Anama (ସଂ.ବିଣ.) - ଅନତ Not bent.
- ଯେ ଅନ୍ୟକୁ ନମସ୍କାର କରେ ନାହିଁ One who makes no salutation to another.
- (ସଂ.ବି.) - ବ୍ରାହ୍ମଣ A Brāhmaṇa.
|
| 2978 |
ଅନମିତେ |
- Anamite (କ୍ରି.ବିଣ.) - ଅକାରଣରେ; ବୃଥା For nothing; in vain.
- ଅନ୍ଯଥା; ଅନ୍ୟ ପ୍ରକାରେ In another way.
|
| 2979 |
ଅନମ୍ବର |
- Anambara (ସଂ.ବିଣ.) - (ସ୍ତ୍ରୀ) ବସ୍ତ୍ରହୀନ; ଯେ ଲୁଗା ପିନ୍ଧି ନ ଥାଏ; ନଗ୍ନ; ଦିଗମ୍ବର Naked; unclothed.
- ଫୁଙ୍ଗା Bare.
- ଆବରଣହୀନ Without covering.
- (ସଂ.ବି.) - ନଗ୍ନ କ୍ଷପଣକ; ବୌଦ୍ଧ ଯତିବିଶେଷ A class of naked Buddhist mendicants.
- ଆକାଶ The sky.
- [ ଦ୍ର ] ଅମ୍ବରର ଅର୍ଥ ଆକାଶ; ଅନମ୍ବରରେ ଅର୍ଥ ଆକାଶ]
|
| 2980 |
ଅନୟ |
- Anaya (ସଂ.ବି.) - ମନ୍ଦ ବନ୍ଦୋବସ୍ତ Bad management.
- ମନ୍ଦ ଆଚରଣ Bad conduct.
- ଦୁର୍ନୀତି Immorality.
- ମନ୍ଦ ନୀତି Bad policy.
- ଦୁର୍ଭାଗ୍ୟ Misfortune.
- ମନ୍ଦ ପଥ Evil course.
- (ସଂ.ବିଣ.) - ନୀତିଶୂନ୍ୟ Immoral.
- ଦୁର୍ଭାଗା Unfortunate.
|