| 2566 |
ଅଧିଦୈବ |
Also : [ ଅଧିଦଇବ ]
- Adhida̲i̱ba (ସଂ.ବିଣ.) - ଦେବତା ସମ୍ବନ୍ଧୀୟ Relating to a deity.
- ଐଶ୍ୱରିକ Divine.
- ଦୈବଯୋଗେ ଘଟିବା; ଆକସ୍ମିକ; ଦୈବୀ (ଘଟଣା) Accidental.
|
| 2567 |
ଅଧିଦୈବତ |
Also : [ ଅଧିଦଇବତ ]
- Adhida̲i̱bata (ସଂ.ବି.) - ପଦାର୍ଥସମ୍ବନ୍ଧୀ ବିଜ୍ଞାନବିଷୟ ବା ପ୍ରକରଣ A physical subject.
- ଯେଉଁ ପ୍ରକରଣ ବା ମନ୍ତ୍ରରେ ଅଗ୍ନି, ବାୟୁ, ସୂର୍ଯ୍ୟ ଆଦି ଦେବତାଙ୍କ ନାମକୀର୍ତ୍ତନ କଲେ ଇଷ୍ଟ ଅର୍ଥର ପ୍ରତିପାଦନ ହୋଇ ବ୍ରହ୍ମବିଭୂତି ଅର୍ଥାତ୍ ସୃଷ୍ଟିର ପଦାର୍ଥମାନଙ୍କ ଗୁଣ ଆଦିର ଶିକ୍ଷା ମିଳେ A formula the recitation of which in the name of certain deities enables the reciter to attain scientific knowledge.
- Adhida̲i̱ba (ସଂ.ବିଣ.) - ଦେବତା ସମ୍ବନ୍ଧୀୟ Relating to a deity.
- ଐଶ୍ୱରିକ Divine.
- ଦୈବଯୋଗେ ଘଟିବା; ଆକସ୍ମିକ; ଦୈବୀ (ଘଟଣା) Accidental.
|
| 2568 |
ଅଧିନାଥ |
- Adhinātha (ସଂ.ବି.) - ଶ୍ରେଷ୍ଠ ପ୍ରଭୁ; ଅଧିପତି Supreme Lord.
- ପତି; ସ୍ୱାମୀ Husband.
- ସର୍ଦ୍ଦାର Head officer.
- (ଦେ.ବି.) - (ନାମ) ସଂସ୍କୃତ କାଳଯୋଗ ନାମକ ଗ୍ରନ୍ଥର ରଚୟିତାଙ୍କ ନାମ Name of a Sanscrit author.
|
| 2569 |
ଅଧିନାୟକ |
- Adhināyaka (ସଂ.ବି.) - ସମସ୍ତଙ୍କର ଉପରେ କର୍ତ୍ତା, ମୁଖିଆ Over lord.
- ସମସ୍ତଙ୍କ ପ୍ରଭୁ The chief master.
- ସର୍ଦ୍ଦାର କର୍ମଚାରୀ Head officer.
- (ଖେଳ) କୌଣସି ଦଳର ମୁଖିଆ ବା ଅଧିପତି captain, Head player
|
| 2570 |
ଅଧିପ |
- Adhipa (ସଂ.ବି.) - ସ୍ୱାମୀ; ପ୍ରଭୁ Lord; master.
- ରାଜା King.
- ମୁଖ୍ୟବ୍ୟକ୍ତି; କର୍ତ୍ତା Chief.
- ନାୟକ Leader.
- ସର୍ଦ୍ଦାର A head. (ଅନ୍ୟ ଶବ୍ଦସଙ୍ଗେ ଯୁକ୍ତ ହୋଇ ଏହି ଅର୍ଥ ବୁଝାଏ, ଯଥା - ନରାଧିପ)
- କୌଣସି ବିଷୟର ଅଧିକାର ବା ଭାରପ୍ରାପ୍ତ ବ୍ୟକ୍ତି (ଯଥା - ସଂଗ୍ରାମାଧିପ; ଶସ୍ୟାଧିପ) A person in charge.
- ବହୁ ମଧ୍ୟରେ ଶ୍ରେଷ୍ଠ Chief amongst many. (ଯଥା - ମୃଗାଧିପ; ଗଣାଧିପ; ଗଜାଧିପ)
- (ଜ୍ୟୋତିଷ) ଜ୍ୟୋତିଷ ଗଣନାକ୍ରମେ କୌଣସି ବର୍ଷ କୌଣସି ବିଷୟରେ ଭାରପ୍ରାପ୍ତ ଗ୍ରହ (ଯଥା - ଶସ୍ୟାଧିପ; ରସାଧିପ; ମେଘାଧିପ; ଧାନ୍ୟାଧିପ) A planet which according to astrological calculation is in charge of certain matters during a certain year.
|