Language Section

 

 

 

 

 

 

Dictionary : View_page

ID Main Word Content
2561 ଅଧିଜ୍ୟଧନ୍ବା

Also : [ ଅଧିଜ୍ୟକାର୍ମ୍ମୁକ ]

  1. Adhijyadhanwā (ସଂ.ବିଣ.) - ଯେଉଁ ଲୋକ ଗୁଣ ଚଢ଼ାହୋଇଥିବା ଧନୁ ଧରିଥାଏ Holding a ready-stringed bow.
2562 ଅଧିତ୍ୟକା
  1. Adhityakā (ସଂ.ବି.) ପର୍ବତର ଉପରେ ବା ଉଚ୍ଚଦେଶରେ ଥିବା ବିସ୍ତୀର୍ଣ୍ଣ ସମତଳ ଭୂଖଣ୍ଡ Plateau; table land.
  2. ଅତ୍ୟୁଚ୍ଚ ଭୂମି Very high land.
  • ଉପତ୍ୟକା - (ବିପରୀତ)
2563 ଅଧିଦନ୍ତ
  1. Adhidanta (ସଂ.ବି.) ଅଧିକା ଦାନ୍ତ; ବାହାଡ଼ା ଦାନ୍ତ Redundant tooth growing on another.
  2. ହାତୀ ଦାନ୍ତ Tusk of an Elephant.
2564 ଅଧିଦେବ

Also : [ ଅଧିଦେବତା ]

  1. Adhideba (ସଂ.ବି.) - ଇଷ୍ଟଦେବ; କୌଣସି ସ୍ଥାନ, ବିଷୟ ବା ଗ୍ରାମର ଅଧିପତି ଦେବ Titular deity; presiding deity.
  2. କୁଳଦେବତା; କୁଳର ଇଷ୍ଟଦେବତା The presiding deity of a family.
  3. ଗ୍ରହ ଓ ନକ୍ଷତ୍ରମାନଙ୍କର ଅଧିଷ୍ଠାତା ଦେବ The deity presiding over planets and stars.
  4. ପରମେଶ୍ୱର; ପରମାତ୍ମା God; the Supreme Soul.
  5. (ଦେ.ବି.) ଶ୍ରେଷ୍ଠ ବ୍ୟକ୍ତି Chief person.
  • ଅଧିଦେବୀ - (ସ୍ତ୍ରୀ)

 [ ଦ୍ର ] ପୁରାଣମତରେ ପ୍ରତ୍ୟେକ ଇନ୍ଦ୍ରିୟର ଜଣେ ଜଣେ ଅଧିଦେବ ଅଛନ୍ତି। ଯଥା - କର୍ଣ୍ଣର ଅଧିଦେବ ଦିକ୍; ଚର୍ମର ବାତ; ନେତ୍ରର ଅର୍କ; ରସନାର ବରୁଣ; ଘ୍ରାଣର ଅଶ୍ୱିନୀକୁମାରଦ୍ୱୟ; ବାକ୍ର ବହ୍ନି; ହସ୍ତର ଇନ୍ଦ୍ର; ପଦର ଉପେନ୍ଦ୍ର; ପାୟୁର ମିତ୍ର; ଉପସ୍ଥର ପ୍ରଜାପତି ଓ ମନର ଚନ୍ଦ୍ର।

2565 ଅଧିଦେବନ
  1. Adhidebana (ସଂ.ବି.) ଜୁଆ ଖେଳିବା ପଟା ବା ପାଲି Gambling table; gambling board.
Page 513 of 605



expoodisha.com

 

Other Dictionary