Language Section

 

 

 

 

 

 

Dictionary : View_page

ID Main Word Content
2496 ଅଧାଟିଆ
  1. Adhāṭiā (ଦେ.ବିଣ.) - ଅଧାଡ଼ୁଆ; ଅର୍ଦ୍ଧପକ୍ୱ (ଫଳ)  Half-ripe (fruit)
  2. ଅପରିପକ୍ୱ; ଯାହା ସମ୍ପୂର୍ଣ୍ଣରୂପେ ବନି ନାହିଁ Not fully developed.
  3. ଅସମ୍ପୂର୍ଣ୍ଣ, ଅଧପନ୍ତରା; ଦରପନ୍ତରା Unfinished.
2497 ଅଧାଡ଼ି
  1. Adhāṟḍ̠i (ଗ୍ରା.ବି.) - ଅଧାରା Want of method or system.
  2. ସାମାଜିକ ଆଦବ୍କାଇଦା ବା ଭଦ୍ରତାର ଅଭାବ Want of manners.
2498 ଅଧାଡ଼ିଆ
  1. Adhāṟḍ̠iā (ଦେ.ବିଣ.)(ଯେ ଧାଡ଼ି ବା ଭଦ୍ରସମାଜର ପଙ୍କ୍ତିରେ ବସିନାହିଁ) ଅଭଦ୍ର; ଅସାମାଜିକ Uncivil; boorish.
  2. (ଯେ ଅକ୍ଷର ବା ବିଦ୍ୟାର ଧାଡ଼ି ବା ପଂକ୍ତି ପଢ଼ି ନାହିଁ) ଅଶିକ୍ଷିତ; ଅପାଠୁଆ; ମୂର୍ଖ  Unlettered.
  3. ଯେ ଧାରା ଜାଣେ ନାହିଁ Unmethodical; unsystematic.
  4. ଅଖାଡ଼ୁଆ Awkward.
2499 ଅଧାଡ଼ୁଆ
  1. Adhāṟḍ̠uā (ଦେ.ବିଣ.)ଅର୍ଦ୍ଧପକ୍ୱ; ଅପରିପକ୍ୱ Not fully ripe; unripe.
  2. ଅପରିଣତ Not fully developed.
  3. ଅପ୍ରବୀଣ Inexperienced.
  4. ଯେଉଁ ନଡ଼ିଆର ଭିତର ଶସ ଖୁବ୍ ଟାଣ ହୋଇନାହିଁ (coconut) Having the kernel not yet hardened.
  5. ଯେଉଁ ବଳଦ ସମ୍ପୂର୍ଣ୍ଣରୂପେ ହଡ଼ା ହୋଇନାହିଁ  (ox) Which has not yet become old.
  6. ଅଧାବୟସିଆ  Middle-aged; grown up; adult (person)
  7. (ଦେ.ବି.) - ଅପରିଣତ ନଡ଼ିଆ (ଫଳ) Undeveloped cocoanut (Fruit)
  8. ହଡ଼ା ନ ହୋଇଥିବା ବଳଦ  An ox which has not yet become old.

 [ ଦ୍ର ] ଦାମୁଡ଼ି ଓ ହଡ଼ା ବଳଦର ମଧ୍ୟବର୍ତ୍ତୀ ଅବସ୍ଥାରେ ଥିବା ବଳଦକୁ ଅଧାଡ଼ୁଆ କହନ୍ତି।]

2500 ଅଧାତୁମନ୍ତ
  1. Adhātumanta (ବିଣ.) - [ପ୍ରାଚୀନ ପଦ୍ୟ] ପଞ୍ଚଭୂତ - ସମ୍ବନ୍ଧ - ଶୂନ୍ୟ  Devoid of the five elements.
  •  [ ଭା ] (ଅଧାତୁମନ୍ତ ଆତ୍ମା ହୋଏ, ଧାତୁ ଘଟଣ ଦେହ ବହେ ।
Page 500 of 605



expoodisha.com

 

Other Dictionary