| 2491 |
ଅଧାକାଣ୍ଡିଆ |
- Adhākāṇḍiā (ଦେ.ବିଣ.) - ଅସମ୍ପୂର୍ଣ୍ଣ (କାର୍ଯ୍ୟ) Incomplete (work)
- ଆଂଶିକ Partial.
- ଅର୍ଦ୍ଧ ସମ୍ପନ୍ନ; ଅର୍ଦ୍ଧକୃତ Half-finished; half-done.
- ଅସମାପ୍ତ Unfinished.
- (ଦେ.କ୍ରି.) - ଅସମ୍ପୂର୍ଣ୍ଣରୂପେ (କରାଯାଉଥିବା) Incompletely; in a half-finished condition.
- ଅଂଶତଃ Partially.
|
| 2492 |
ଅଧାକାନ୍ଥ |
Also : [ ଅଧାକାନ୍ଥି ]
- Adhākāntha (ଦେ.ବି.) - ଅଳ୍ପ ଉଚ୍ଚକୁ ଉଠିଥିବା କାନ୍ଥ; ଯେଉଁ କାନ୍ଥ ଘରର ଚାଳକୁ ଲାଗି ନ ଥାଏ A low wall; a wall raised upto a certain height only.
- ଯେଉଁ କାନ୍ଥ ଅବଧି ନିର୍ଦ୍ଦିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ନିର୍ମିତ ହୋଇ ନାହିଁ Half-finished wall.
|
| 2493 |
ଅଧାକୋଠା |
- Adhākoṭhā (ଦେ.ବି.) - ଯେଉଁ କୋଠାର କାନ୍ଥମାନ ନିର୍ଦ୍ଦିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ଉଠି ନ ଥାଏ କିମ୍ବା ଯେଉଁ କୋଠାରେ ଛାତ ପଡ଼ି ନ ଥାଏ Half-built brick-building.
|
| 2494 |
ଅଧାଚନ୍ଦ୍ର |
- Adhāchandra (ଦେ.ବି.) - ଅର୍ଦ୍ଧଚନ୍ଦ୍ର; ଅଷ୍ଟମୀର ଚନ୍ଦ୍ର Half-moon.
- ଅର୍ଦ୍ଧ ଚନ୍ଦ୍ରାକୃତି ଶସ୍ତ୍ରବିଶେଷ A kind of weapon of offence in the shape of a half-moon; a scimitar.
- ଅର୍ଦ୍ଧଚନ୍ଦ୍ରାକୃତି ଫଳକଯୁକ୍ତ ଶରବିଶେଷ A kind of arrow having the barb shaped like a half-moon.
- (ବ୍ୟଙ୍ଗ୍ୟାର୍ଥ) ଅର୍ଦ୍ଧଚନ୍ଦ୍ର; ଗଳଥା; ବୃଦ୍ଧାଙ୍ଗୁଷ୍ଠି ଓ ତର୍ଜନୀ ବା ମଧ୍ୟମାକୁ ପ୍ରସାରିତ କରିବା ଯୋଗୁଁ ଅର୍ଦ୍ଧଚନ୍ଦ୍ରାକୃତି କରତଳ ଦ୍ୱାରା କୌଣସି ବ୍ୟକ୍ତିର ବେକ ପଛଆଡ଼ୁ ଦିଆଯିବା ଧକ୍କା A push given to a peson from behind the neck by the extended thumb and index or middle finger.
|
| 2495 |
ଅଧାଟି |
- Adhāṭi (ଦେ.ବି.) - କାଠତାଳିକା ବା ରାମତାଳି ପରି କାଠର ଦୁଇ ଫାଳିଆ ଏକପ୍ରକାର ବାଦ୍ୟ A kind of wooden castanets.
|