| 21 |
ଅଇଣ୍ଠା ପୋଛିବା |
- Aiṇṭhā pochhibā (ଦେ.କ୍ରି.) - ଯେଉଁ ସ୍ଥାନରେ କେହି ବ୍ୟକ୍ତି ଭୋଜନ କରିଥାଏ, ସେ ସ୍ଥାନରେ ଅଇଣ୍ଠା ପତ୍ର ବା ଅଇଣ୍ଠା ବାସନ ଉଠାଇ ନେଇ ସେ ସ୍ଥାନରେ ଖାଇଲା ବେଳେ ବୁଣି ଯାଇଥିବା ଅନ୍ନାଦିର କଣାମାନ ଗୋଟାଇ ନେବା ପରେ ସେ ସ୍ଥାନକୁ ଗୋବର, ମାଟି ଓ ପାଣିରେ ଲିପି ସଫା କରିବା। To cleanse a place where a person has taken his meal by removing the plate or leaf, picking up the particles of food strewn on the ground and smearing it with cowdung, earth and water.
|
| 22 |
ଅଇଣ୍ଠା ବରତନ |
Also (ଅଇଣ୍ଠା ବର୍ତ୍ତନ, ଅଇଣ୍ଠା ବାସନ)
- Aiṇṭhā baratana (ଦେ.ବି.) - ଯେଉଁ ଥାଳି ଆଦି ପାତ୍ରରେ କୌଣସି ବ୍ୟକ୍ତି ଅନ୍ନାଦି ଭୋଜନ କରିଥାଏ। Utensil in which a person has taken is meal.
|
| 23 |
ଅଇଣ୍ଠା ବୋଳିବା |
- Aiṇṭhā bolibā (ଦେ.କ୍ରି) - କୌଣସି ବ୍ୟକ୍ତିର ଦେହରେ ବା କୌଣସି ସ୍ଥାନରେ ଅଇଣ୍ଠା ଭାତ ବା ଅଇଣ୍ଠା ହାତ ଲଗାଇବା। To smear a place or a person's body with left off food or touch with unwashed hand.
- (ଲକ୍ଷଣାର୍ଥ) ଅଠା ବୋଳିବା; କୌଣସି ବ୍ୟକ୍ତି ଉପରେ ମିଥ୍ୟାରେ କଳଙ୍କ ବା ଦୋଷ ଆରୋପ କରିବା। To scandalise a person; to falsely lay the blame for anything on a person.
|
| 24 |
ଅଇଣ୍ଠାଭାତ |
Category : [ Food ]
- Aiṇṭhābhāta (ଦେ.ବି.) - ଯେଉଁ ଭାତକୁ ଜଣେ ଖାଇବା ପରେ ପାତ୍ରରେ ଛାଡ଼ି ଯାଇଅଛି Boiled rice left by a person on the plate.
- ଯେଉଁ ଭାତକୁ ଖାଦକ ଖାଇବାକୁ ଆରମ୍ଭ କରିଛି Boiled rice which an eater has already begun to eat.
|
| 25 |
ଅଇଣ୍ଠା ହେବା |
- Aiṇṭhā hebā (ଦେ. କ୍ରି ) - (କୌଣସି ବ୍ୟକ୍ତି) ଭୋଜନ କରି ମୁହଁ ହାତ ନ ଧୋଇବା ଯୋଗୁଁ ତାର ମୁହଁ ହାତ ଆଦିରେ ଖାଦ୍ୟର ଅଂଶମାନ ଲାଗି ରହିଥିବା (a person) To have particles of food clinging to the mouth and hand owing to his not having washed them after eating.
- (କୌଣସି ପାତ୍ରସ୍ଥ ଖାଦ୍ୟ) ଅଂଶତଃ କୌଣସି ବ୍ୟକ୍ତିଦ୍ୱାରା ଉପଭୁକ୍ତ ହେବା ଯୋଗୁଁ ଉଚ୍ଛିଷ୍ଟରେ ପରିଣତ ହେବା (food in a plate) To have been partly eaten.
- (କୌଣସି ଭୋଜନ - ପାତ୍ର) ଖାଇବାପାଇଁ ବ୍ୟବହୃତ ହୋଇ ଧୁଆ ହୋଇ ନଥିବା (utensil) To have been used as a plate during meal and still unwashed.
- (କୌଣସି ବ୍ୟକ୍ତି) ନାମମାତ୍ର ଭୋଜନ କରିବା, ଖାଇବାକୁ ଆରମ୍ଭ କରି ସାମାନ୍ୟ କିଛି ଖାଇ ଉଠି ଆସିବା To nominally sit at the meal; to touch or taste the food served and then to leave the meal.
|