Language Section

 

 

 

 

 

 

Dictionary : View_page

ID Main Word Content
11 ଅଇଛିଣି

Also :  [ ଅଇଛୁଣି,  ଅଇଛିଣିକା, ଅଇଛୁଣିକା ଅଇଛିଣି ]

  1. Aichhiṇi (ଗ୍ରା.) -ଏହିକ୍ଷଣି now
12 ଅଇଣ୍ଠା
  1.  Aiṇṭhā  (ଦେ.ବି.) - ଖାଦ୍ୟ ପାତ୍ରରେ ବଳି ପଡ଼ିଥିବା ଭୁକ୍ତାବଶିଷ୍ଟ ଖାଦ୍ୟ Orts; the remains of a meal.
  2.  ଯେଉଁ ଖାଦ୍ୟବସ୍ତୁର କେତେକ ଅଂଶ ପୂର୍ବରୁ ଖିଆ ହୋଇଅଛି Food, part of which has already been partaken of. 
  3. ଖାଇ ସାରିବା ପରେ ଖାଇବା ସ୍ଥାନରେ ପଡ଼ିଥିବା ପତ୍ର ବା ବାସନ ଓ ତହିଁ ନିକଟରେ ବିଞ୍ଚି ହୋଇ ପଡ଼ିଥିବା ଖାଦ୍ୟ ଦ୍ରବ୍ୟର କଣାମାନ Particles of food and the plate left after a meal. 
  4. (ପ୍ରାଦେ.) - (ଗଡ଼ଜାତ) ବି. ରାଜାଙ୍କ ଅଇଣ୍ଠା ଉଠାଇବା ଭୃତ୍ୟ  A servant who sweeps the place where a Raja has taken his meals. 
  5. (ଗ୍ରା.ବି.) - ଆପର୍ତ୍ତିଆଣି ପୁରୁଷ ଓ ସ୍ତ୍ରୀର ନାମ ବିଶେଷ A name given to a male or female whose elders had died before he was born.
  6. (ଦେ.ବିଣ.) - ଉଚ୍ଛିଷ୍ଟ, ଭୁକ୍ତାବଶିଷ୍ଟ (ଖାଦ୍ୟ)  (food) Left after a meal. 
  7. ପୂର୍ବରୁ ଅଂଶତଃ ଭୁକ୍ତ (ପଦାର୍ଥ)  (food) of which a part has been eaten. 
  8. ଖାଇବା ପରେ ଖାଇବା ସ୍ଥାନରେ ପଡ଼ି ରହିଥିବା (ଖାଦ୍ୟପାତ୍ର, ପତ୍ର ଓ ଖାଦ୍ୟର କଣା) (plate or particle of food) Left at the place where a person took his meal.
  9. ତୁଣ୍ଡ ବା ପାଟିଦ୍ୱାରା ସ୍ପୃଷ୍ଟ। Touched by the mouth.
  10. ଖାଇ ସାରିବା ପରେ ଧୁଆ ହୋଇ ନଥିବା (ମୁହଁ ବା ହାତ)  (mouth or hand) Unwashed after a meal. 
  11. ଯେଉଁ ଲୋକ ଖାଇବା ପରେ ମୁହଁ ହାତ ଧୋଇ ନ ଥାଏ  (person) Who has not washed his face and hands after meal. 
  12. ଉଚ୍ଛିଷ୍ଟ ଖାଦ୍ୟ କଣା ଯହିଁରେ ଲାଗିଥାଏ (ଯଥା, ବାସନ) (plate) Having particles of orts still sticking to it.
13 ଅଇଣ୍ଠାଖାଈ
  1. Aiṇṭhā khāī (ଦେ.ବିଣ) - (ସ୍ତ୍ରୀ), (ଗାଳି)  ଅଇଣ୍ଠାଖିଆର ସ୍ତ୍ରୀଲିଙ୍ଗ Feminine of Aiṇṭhā khiā. 
14 ଅଇଣ୍ଠାଖିଆ
  1.  Aiṇṭhā khiā (ଦେ.ବି) - ପରର ଉଚ୍ଛିଷ୍ଟ ଭୋଜନ
    Act of eating the leavings of another's dish. 
  2.  (ଲକ୍ଷଣାର୍ଥ) କୌଣସି ଘୃଣିତ କର୍ମକରଣ।
    Doing of any hateful act
  3. (ଦେ.ବିଣ.) - (ଗାଳି)  ପରର ଉଚ୍ଛିଷ୍ଟଭୋଜୀ
     (a person) Who eats the leavings of another
  4. (ଗାଳି) ପରଦ୍ୱାରା ପାଳିତ, ଅନ୍ନଦାସ, ପରାନ୍ନଭୋଜୀ।
    Toady; hanger-on; depending on another for maintenance; slavishly dependent on another. 
  5.  (ଗାଳି) ନିନ୍ଦିତ କର୍ମକାରୀ
    Doing a hateful act.
15 ଅଇଣ୍ଠାଚଟା
  1. Aiṇthā chaṭā (ଦେ.ବି.) - (ଗାଳି) ପରର ଉଚ୍ଛିଷ୍ଟ ଭୋଜନ। Act of eating the leavings of another's dish. 
  2. (ଲକ୍ଷଣାର୍ଥ) କୌଣସି ଘୃଣିତ କର୍ମକରଣ। Doing of any hateful act.
Page 3 of 605



expoodisha.com

 

Other Dictionary