| 26 |
ଅଇଣ୍ଡି |
Category : [ Disease ]
- Aiṇḍi (ଦେ.ବି.) - (ଅଣ୍ଡ, ଏ ରୋଗଗ୍ରସ୍ତ ଶିଶୁମାନଙ୍କର ପେଟ ଅଣ୍ଡାକାର ହୋଇ ବାହାରି ପଡ଼ିଥିବା ଯୋଗୁଁ) - ଏକ ମାତା ଗର୍ଭଜାତ ସ୍ତନ୍ୟ ତ୍ୟାଗ କରି ନଥିବା ଶିଶୁ ଓ ଏହି ଅବସ୍ଥାରେ ଜାତ ପରବର୍ତ୍ତୀ ଶିଶୁ Two children born shortly one after the other before the first child is weaned.
- ଶିଶୁ ସ୍ତନ୍ୟ ତ୍ୟାଗ କରି ନଥିବା ଅବସ୍ଥାରେ ପୁଣି ମାତାର ଗର୍ଭାଧାନ Pregnancy of the mother before a child is weaned.
|
| 27 |
ଅଇଣ୍ଡିଆ |
Category : [ Disease ]
- Aiṇḍiā (ଦେ.ବି.) - (ଶିଶୁ ଓ ବାଳ ରୋଗ ବିଶେଷ) ଗର୍ଭିଣୀ ମାତାର ଦୂଷିତ ସ୍ତନ୍ୟ ପାନ କରିବାଯୋଗୁଁ ଶିଶୁର ଅଜୀର୍ଣ୍ଣ ଝାଡ଼ା ଓ ଦୁର୍ବଳତା Infantile diarrhea due to suckling the breast of a pregnant mother.
- ଅଇଣ୍ଡିଆ ରୋଗଗ୍ରସ୍ତ (ଶିଶୁ)। (a pregnant mother's first child) Suffering from infantile diarrhea.
[ ଦ୍ର ] ପ୍ରଥମ ଶିଶୁ ମାତୃସ୍ତନ୍ୟପାନ ଛାଡ଼ି ନଥିବା ଅବସ୍ଥାରେ ମାତାର ଗର୍ଭ ହେଲେ ଶିଶୁ ଶୀର୍ଣ୍ଣ ହୁଏ ଓ ତା ପେଟଟି ବଡ଼ ଦେଖାଯାଏ]
|
| 28 |
ଅଇନା |
- Ainā (ବୈଦେ. ବି) - ଆଇନା, ଦର୍ପଣ, ଆରସି Mirror; looking glass.
- କାଚ Glass.
|
| 29 |
ଅଇନି |
- Aini (ବୈଦେ. ବି.) - ହଟ, ହୁନ୍ଦର Sport; jest.
- ପେଖନା, ଛଳ Feigning; excuse.
- ବୃଥା ଆପତ୍ତି Frivolous objection.
- ବୃଥା ଜିଦି Baseless importunity.
- ଜିଗର, ଜିଦି Importunity.
|
| 30 |
ଅଇନି କରିବା |
- Aini Karibā (ଦେ.କ୍ରି) - ହଟ କରିବା, ହୁନ୍ଦର କରିବା To make jest.
- ପେଖନା କରିବା To feign.
- ଏକ ଜିଦି କରିବା To importune.
- ବୃଥା ଆପତ୍ତି କରିବା To raise frivolous objection.
|