Language Section

 

 

 

 

 

 

Dictionary : View_page

ID Main Word Content
16 ଅଇଣ୍ଠାଚଣ୍ଡ
  1. Aiṇṭhā chaṇḍa  (ଦେ.ବି.) - ପ୍ରେତ ବିଶେଷ। ଯେଉଁ ବ୍ୟକ୍ତି ଜୀବିତ ଅବସ୍ଥାରେ ପରର ଉଚ୍ଛିଷ୍ଟ ଓ ପର ଘରୁ ମାଗି କରି ଅନ୍ନ ଖାଇଥାଏ ତାହାର ପ୍ରେତ  The ghost of a person who in his lifetime lived on the leavings of other persons' dishes and ate cooked food from other people.

    [ ଦ୍ର ] ହାଣ୍ଡିଆ, ଚଣ୍ଡାଳିଆ, ଅମ୍ବିକା, ଖାଙ୍ଖେରୀ ଭଲୁଙ୍କା, ରାକ୍ଷସ, ଶଙ୍ଖାଳିଆ, କ୍ଷେତ୍ରପାଳୀ ଏ ପିଶାଚମାନଙ୍କୁ ଅଇଣ୍ଠାଚଣ୍ଡ ବୋଲି କୁହାଯାଏ।
17 ଅଇଣ୍ଠାଚଣ୍ଡୀ
  1. Aiṇṭhā chaṇdī (ଦେ.ବି.) - ଅଇଣ୍ଠାଚଣ୍ଡର ସ୍ତ୍ରୀଲିଙ୍ଗ Feminine of Aiṇṭhāchaṇḍa.
  2. (ପୁ) - Aiṇṭhā chaṇda ଅଇଣ୍ଠା ଚଣ୍ଡ
18 ଅଇଣ୍ଠାଜାଦୁ

Also ଅଇଣ୍ଠା ଦାଦୁ ]  | Category : [ Disease ]

  1.  Aiṇṭhā jādu (ଦେ.ବି.) - ଟଙ୍କା ପଇସା ଆକୃତିର ମନ୍ଦା ମନ୍ଦା କ୍ଷୁଦ୍ର ଦଦ୍ରୁ ରୋଗବିଶେଷ A kind of ringworm appearing on the body in small circular rings.
19 ଅଇଣ୍ଠାପତ୍ର
  1.  Aiṇṭhā patra  (ଦେ.ବି.) - ଯେଉଁ ପତ୍ର କୌଣସି ବ୍ୟକ୍ତି ଅନ୍ନାଦି ଭୋଜନ କରିସାରି ଛାଡ଼ିଯାଇଥାଏ। The leaf (used for a plate) left by a person after finishing his meal which was served on it).
20 ଅଇଣ୍ଠାପୋଛା
  1. Aiṇṭhā pochhā (ଦେ.ବି.) - ଅଇଣ୍ଠା ପୋଛିବା କର୍ମ The cleansing of a place where one has taken his meal.
Page 4 of 605



expoodisha.com

 

Other Dictionary