| 2481 |
ଅଧସେରା |
Also : [ ଅଧଚେର, ଅଧସେରି, ଅଧସେରିଆ, ଅଧସେରିକିଆ ]
- Adhaserā (ଦେ.ବି.) - ଅର୍ଦ୍ଧସେର ଓଜନର ବଟକରା ବା ମାପିବା ପାତ୍ର A standard weight or measure of half a seer.
- (ଦେ.ବିଣ.) - ଅଧସେର ଓଜନ ବା ମାପର (ବସ୍ତୁ) Weighing or measuring half a seer.
- ଯେଉଁ ପାତ୍ରରେ ଅଧସେର ବସ୍ତୁ ସମ୍ଭାଏ (a pot) Of the capacity of half a seer.
- ଅଧସେର ଚାଉଳ ଫୁଟିବା ଭଳି ହାଣ୍ଡି (a cooking pot) Of the capacity to boil half a seer.
|
| 2482 |
ଅଧସ୍ତନ |
- Also : [ ଅଧଃସ୍ଥ ]
- Adhastana (ସଂ.ବିଣ.) - (ଅଧସ୍+ଅବସ୍ଥିତ ହେବା ଅର୍ଥରେ. ତନ) ନିମ୍ନରେ ଅବସ୍ଥିତ; ନିମ୍ନତର Lower.
- ତଳେ ଥିବା Situated beneath or below.
- ଏଥି ପୂର୍ବେ ଘଟିଥିବା; ପୂର୍ବବର୍ତ୍ତୀ Prior; previous.
- ଅଧସ୍ତନା - (ସ୍ତ୍ରୀ)
- ଉର୍ଦ୍ଧତନ - (ବି)
|
| 2483 |
ଅଧସ୍ତଳ |
- Adhastaḻa (ସଂ.ବି.) - ତଳମାହାଲା Ground floor.
- ସବୁ ଘରର ନିମ୍ନଦେଶରେ ଥିବା କୋଠରୀ The room below all other rooms.
|
| 2484 |
ଅଧସ୍ତାତ୍ |
- Adhastāt (ସଂ.ଅ) - ତଳେ; ନିମ୍ନରେ Lower down; beneath; below; underneath.
- ତଳଆଡ଼କୁ Downwards.
|
| 2485 |
ଅଧା |
- Adhā (ଦେ.ବି.) - ଅର୍ଦ୍ଧ; ଅର୍ଦ୍ଧେକ; ଅଧେ Half.
- (ଦେ.ବିଣ.) - ଅର୍ଦ୍ଧପରିମିତ Half in quantity, weight, measure or number.
- (ପ୍ରାଦେ. ଗଞ୍ଜାମ) (ବି.) - ଅଧପାଆ ଓଜନର ପରିମାଣବିଶେଷ A unit of half a pāā in weight.
|