| 2436 |
ଅଧମା ନାୟିକା |
- Adhamā nāyikā (ସଂ.ବି.) - ଯେଉଁ ନାୟିକା ପ୍ରିୟ ବା ହିତକାରୀ ନାୟକ ପ୍ରତି କୁବ୍ୟବହାର କରେ; ପ୍ରକୃତି ଅନୁସାରେ ତିନି ଶ୍ରେଣୀର ନାୟିକ ମଧ୍ୟରୁ ନୀଚତମା A mean-minded lady.
|
| 2437 |
ଅଧମାର୍ଦ୍ଧ |
- Adhamārddha (ସଂ.ବି.) - ନାଭି ବା ଅଣ୍ଟା ତଳକୁ ଥିବା ଶରୀରର ଅଂଶ The lower half of the body; part of the body below the navel.
|
| 2438 |
ଅଧମାର୍ଦ୍ଧ୍ୟ |
- Adhamārddhya (ସଂ.ବିଣ.) - ଦେହର ନିମ୍ନାଂଶ ସମ୍ବନ୍ଧୀୟ Relating to the lower part of the body.
|
| 2439 |
ଅଧର |
- Adhara (ସଂ.ବିଣ.) - (ଯାହା ଧରା ଯାଇ ନାହିଁ; ଏହା ଅନ୍ୟ ଶବ୍ଦ ପୂର୍ବେ ଯୁକ୍ତ ହୁଏ ଯଥା - ଅଧରୋଷ୍ଠ) ଅଧରବାସ) ନିମ୍ନସ୍ଥ; ନିମ୍ନରେ ଥିବା; ତଳେ ଥିବା Lower; nether.
- ନୀଚ; ଅଧମ; ହୀନ Low; mean; vile.
- ନିକୃଷ୍ଟ Inferior.
- ପୂର୍ବବର୍ତ୍ତୀ Previous. (ଯଥା- ଅଧରେଦ୍ୟୁଃ)
- (ସଂ.ବି.) - ଅଧରୋଷ୍ଠ; ତଳ ଓଠ Nether or lower lip.
- ଓଠ Lip.
- ଦେହର ନିମ୍ନତମ ଅଂଶ The lower part of the body.
- ବକ୍ତୃତା Speech; address
- ଯୋନି The vulva; Pudendum Muliebre .
- ପ୍ରତ୍ତ୍ୟୁତ୍ତର A reply.
- ଅଧରା - (ସ୍ତ୍ରୀ)
- ଉତ୍ତର - (ବିପରୀତ)
|
| 2440 |
ଅଧରକଣ୍ଠ |
- Adharakaṇṭha (ସଂ.ବି.) - କଣ୍ଠ ବା ବେକର ନିମ୍ନଭାଗ The lower part of the neck.
|