| 2426 |
ଅଧମଭୃତ |
Also : [ ଅଧମଭୃତକ ]
- Adhamabhṛuta (ସଂ.ବି.) - ଅତି ନୀଚ କର୍ମ କରିବା ପାଇଁ ନିଯୁକ୍ତ ଚାକର A menial servant.
- ଭାରବାହୀ ବା ବୋଝିଆ; କୁଲି A cooly; porter; groom.
[ ଦ୍ର ] କାର୍ଯ୍ୟ ଅନୁସାରେ ଭୃତ୍ୟମାନଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇ ଅଛି ଯଥା -
- ଅସ୍ତ୍ର ଶସ୍ତ୍ର ବ୍ୟବହାରକାରୀ - ଉତ୍ତମ
- ହଳିଆ; କୋଠିଆ; ଖମାରୀ - ମଧ୍ୟମ
- ଭାରବାହୀ; ବୋଝିଆ; କୁଲି - ଅଧମ
|
| 2427 |
ଅଧମରତି |
- Adhamarati (ସଂ.ବି.) - କାର୍ଯ୍ୟବଶ ପ୍ରୀତି; ସ୍ୱାର୍ଥପୂର୍ଣ୍ଣ ପ୍ରଣୟ Attachment or friendship actuated by self-interest.
|
| 2428 |
ଅଧମରା |
Also : [ ଅଧମଲା ]
- Adhamarā (ଦେ.ବିଣ.) - ଅର୍ଦ୍ଧ ମୃତ; ଦରମରା; ମୃତକଳ୍ପ Almost dead; half-dead.
- ଅତ୍ୟନ୍ତ କ୍ଲାନ୍ତ ଓ ଅବସନ୍ନ Exceedingly tired.
- ମୁମୂର୍ଷ; ଶୁକୁଶୁକୁ ହେଉଥିବା Dying.
|
| 2429 |
ଅଧମଲା |
Also : [ ଅଧମରା ]
- Adhamalā (ଦେ.ବିଣ.) - ଅର୍ଦ୍ଧ ମୃତ; ଦରମରା; ମୃତକଳ୍ପ Almost dead; half-dead.
- ଅତ୍ୟନ୍ତ କ୍ଲାନ୍ତ ଓ ଅବସନ୍ନ Exceedingly tired.
- ମୁମୂର୍ଷ; ଶୁକୁଶୁକୁ ହେଉଥିବା Dying.
|
| 2430 |
ଅଧମର୍ଣ୍ଣ |
Also : [ ଅଧମର୍ଣ୍ଣିକ ]
- Adhamarṇṇa (ସଂ.ବି.) - (ଯେ ଋଣଦ୍ୱାରା ଅଧମାବସ୍ଥାକୁ ପ୍ରାପ୍ତ ହୋଇଅଛି) ଋଣୀ; ଖାତକ; ଦେଣାଦାର A debtor.
- କରଜଦାର; ଋଣଗ୍ରସ୍ତ ବ୍ୟକ୍ତି; ଋଣଜାଲରେ ଜଡ଼ିତ ବ୍ୟକ୍ତି An indebted person.
- ଅଧମର୍ଣ୍ଣା - (ସ୍ତ୍ରୀ)
- ଉତ୍ତମର୍ଣ୍ଣ - ବିପରୀତ
|