| 2351 |
ଅଦ୍ୟାବଧି |
- Adyābadhi (ସଂ.ଅ.) - ଆଜିଠାରୁ; ଏହି ସମୟରୁ Henceforth; from today; from the present.
- ଆଜି ପର୍ଯ୍ୟନ୍ତ Till today; till now.
- (ସଂ.ବିଣ.) - ଯାହା ଆଜିଠାରୁ ଆରମ୍ଭ ହେଲା Beginning today.
- ଯାହା ଆଜି ଶେଷ ହେଲା Ending today.
|
| 2352 |
ଅଦ୍ୟୂତ୍ୟ |
- Adyūtya (ସଂ.ବିଣ.) - ଯାହା ଦ୍ୟୂତ ଦ୍ୱାରା ଲବ୍ଧ ନୁହେ Not obtained by gambling.
- ସଦୁପାୟଲବ୍ଧ Honestly acquired.
- (ସଂ.ବି.) - ଯେଉଁ ଜୁଆଖେଳରେ ଖେଳାଳିର ଦୁର୍ଭାଗ୍ୟ ହୁଏUnlucky gambling.
|
| 2353 |
ଅଦ୍ୟୈବ |
- Adya̲i̱ba (ସଂ.ଅ.) - ଆଜହିଁ; ଆଜି ନିଶ୍ଚେଁ This very day; today by all means.
|
| 2354 |
ଅଦ୍ରବ |
- Adraba (ସଂ.ବି.) - ଅତରଳ ବସ୍ତୁ; ଘନ ବା ବାୟବୀୟ ବସ୍ତୁ Not liquid i.e., a solid or gas.
- (ସଂ.ବିଣ.) - ଅତରଳ ଯାହା ପାଣିଆ ନୁହେ Not liquid.
|
| 2355 |
ଅଦ୍ରବ୍ୟ |
- Adrabya (ସଂ.ବି.) - ଅପଦାର୍ଥ; ମନ୍ଦ ବସ୍ତୁ Bad or worthless thing.
- ଅନୁପଯୋଗୀ ବସ୍ତୁ Unfit thing.
- ଅବ୍ୟବହାର୍ଯ୍ୟ ବସ୍ତୁ Unless thing.
- ଅଯୋଗ୍ୟ ବା ନିକୃଷ୍ଟ ଛାତ୍ର ବା ଶିଷ୍ୟ Worthless pupil.
- (ସଂ.ବିଣ.) - ଦ୍ରବ୍ୟହୀନ; ସମ୍ପତ୍ତିହୀନ Having no possession.
- ଧନହୀନ; ଗରିବ poor.
- ଅଯୋଗ୍ୟ; ଅନୁପଯୁକ୍ତ Unfit; improper.
- ମନ୍ଦ Bad.
- ନାରଖାର Neglected.
- (ଦେ.ବିଣ.) - (ଆଧୁନିକ ବିଜ୍ଞାନ ପରିଭାଷା) ଯାହା ମିଳାଇ ଯାଏନାହିଁ Insoluble.
|