| 2346 |
ଅଦ୍ୟଭେକା |
- Adyabhekā (ଦେ.ବିଣ.) - ଯେଉଁ ବ୍ୟକ୍ତିର ପିନ୍ଧିଥିବା ଲୁଗା ଖଣ୍ଡିକ ଛଡ଼ା ଅନ୍ୟ ଲୁଗା ନାହିଁ (a person) Who has got no more cloth than he is wearing.
|
| 2347 |
ଅଦ୍ୟଶ୍ବ |
Also : [ ଅଦ୍ୟାଶ୍ବ ]
- Adyaṡwa (ସଂ.ବିଣ.) - ଆଜି ଓ କାଲିକୁ ମିଶାଇ— Comprising the present & the following day.
|
| 2348 |
ଅଦ୍ୟଶ୍ବୀନ |
- Adyaṡwīna (ସଂ.ବିଣ.) - ଯାହା ଆଜି କିମ୍ବା କାଲି ଘଟିବାର ସମ୍ଭବ Likely to happen today or tomorrow.
- ଆସନ୍ନ; ଯାହା ଅବଶ୍ୟ ଆଜି କାଲି ଘଟିବ (ଯଥା - ଅଦ୍ୟଶ୍ୱୀନ ମରଣ।) Imminent.
|
| 2349 |
ଅଦ୍ୟଶ୍ବୀନା |
- Adyaṡwīnā (ସଂ.ବିଣ.) - ଅଦ୍ୟଶ୍ୱୀନର ସ୍ତ୍ରୀଲିଙ୍ଗ Feminine of Adyaṡwīna.
- ଆସନ୍ନପ୍ରସବା (ସ୍ତ୍ରୀ); ଯେ ଆଜି ବା କାଲି ଜନ୍ମ କରିବ (a women or female-animal) Likely to be delivered of a child to day or tomorrow.
- (ସଂ.ବି.) - ଆସନ୍ନପ୍ରସବା ସ୍ତ୍ରୀ A female near delivery.
- ଆସନ୍ନପ୍ରସବା ଗାଭୀ A cow near delivery.
|
| 2350 |
ଅଦ୍ୟାପି |
- Adyāpi (ସଂ.ଅ.) - ଏତେବେଳେ ମଧ୍ୟ; ବର୍ତ୍ତମାନ ମଧ୍ୟ Even now.
- ଏହିଲାଗେ; ବର୍ତ୍ତମାନ Just now.
- ଆଜିଯାକେ To this day.
- ବର୍ତ୍ତମାନ ପର୍ଯ୍ୟନ୍ତ Down to the present time.
- ଆଜିଠାରୁ Henceforth.
|