| 2266 |
ଅଦିବ୍ୟ |
- Adibya (ସଂ.ବିଣ.) - ଯାହା ସ୍ୱର୍ଗୀୟ ନୂହେ Not Divine.
- (ଦେ.ବିଣ.) - (ଯାହା ଦେବଭାଷା ବା ସଂସ୍କୃତ ନୁହେ) ପ୍ରାକୃତ ଓ ଲୋକ କଥିତ (ଭାଷା) Vernacular (tongue).
- ଲୌକିକ Popular.
- ସ୍ଥୂଳ (ଶରୀର; ବସ୍ତୁ) Material.
|
| 2267 |
ଅଦୀନ |
- Adīna (ସଂ.ବିଣ.) - ଯେ ଗରିବ ନୁହେ; ଧନୀ Not poor; rich.
- ଅକାତର; ଖୁସ୍ମେଜାଜୀ; ଯାହା ମନ ସର୍ବଦା ପ୍ରସନ୍ନ ଥାଏ High spirited; not depressed in spirits.
- ସୁଖୀ Happy.
- ଦୀନତାରହିତ; ଅବିନୀତ; ଉଗ୍ର Immodest.
|
| 2268 |
ଅଦୁ |
- Adu (ଦେ.ବି.) - ହସ୍ତୀ ପଦବନ୍ଧନ (ପାଦବନ୍ଧା) ରଜ୍ଜୁ ବା ଶିକୁଳି A chain or rope for tying the feet of an elephant.
|
| 2269 |
ଅଦୁଆର |
Also : [ ଅଦ୍ବାର ]
- Aduāra (ଦେ.ବି.) - (ସଂ - ଅଦ୍ବାର) ସାଧାରଣତଃ ଘରକୁ ବା ଖଞ୍ଜାକୁ ଯେଉଁ ବାଟ ଦେଇ ଲୋକେ ଯାଆନ୍ତି ସେ ଦ୍ୱାର ଛଡ଼ା ଅନ୍ୟ ଦ୍ୱାର (ଯଥା ଖିଡ଼ିକି ଦୁଆର; ବାଡ଼ି ଦୁଆର; ପାଇଖାନା ଦୁଆର) A wrong door to enter a house; a door other than the one ordinarily used.
|
| 2270 |
ଅଦୁଃଖ ନବମୀ |
- Aduḥkha nabamī (ସଂ.ବି.) - ଭାଦ୍ର ଶୁକ୍ଳ ନବମୀ (ଯଥା - ଆଗାମୀ ବର୍ଷ ଦୁଃଖ ପାଇବେ ନାହିଁ ବୋଲି ସ୍ତ୍ରୀମାନେ ଏ ଦିନ ବ୍ରତ ପାଳନ୍ତି।) The 9th day of the bright fornight of the lunar month of Bhādra.
|