| 2261 |
ଅତିତି |
- Aditi (ସଂ.ବି.) - ମୃତ୍ୟୁ Death.
- ପରମେଶ୍ୱର God.
- ଦାନ କରିବାର ଶକ୍ତିହୀନତା Inability to give.
- ନିଃସ୍ୱତା Poverty.
- (ଖୁବ୍ ବଡ଼ ଥିବାରୁ ଯାହାକୁ ଛେଦନ କରାଯାଇ ନ ପାରେ) ପୃଥିବୀ The earth.
- (ବୈଦିକ) ଗାଭୀ Cow.
- ଅନ୍ତରୀକ୍ଷ; ଶୂନ୍ୟ; ମହାଶୂନ୍ୟ The space; the void; the eternal and infinite expanse.
- ଅସୀମତା Boundlessness.
- ସ୍ୱାଧୀନତା Freedom.
- ନିରାପଦତା Safety.
- ବିଶାଳତା Immensity.
- ଅସରନ୍ତି; ପ୍ରାଚୁର୍ଯ୍ୟ Inexhaustible; abundance.
- ପୂର୍ଣ୍ଣତା Perfection.
- ଅଖଣ୍ଡତା unimpaired condition.
- (ଅ-ବିରୋଧ+ଦିତି=ଦୈତ୍ୟମାତା; ଦିତିଙ୍କ ସପତ୍ନୀ ଥିବାରୁ) - ଦେବମାତା The name of the mother of the gods. (ଏ ଦକ୍ଷଙ୍କର ଆଠ କନ୍ୟା ଓ କଶ୍ୟପଙ୍କ ଆଠ ପତ୍ନୀ ମଧ୍ୟରୁ ଏକତମ। ଏହାଙ୍କଠାରୁ ବିଷ୍ଣୁ, ଇନ୍ଦ୍ର, ଆଦିତ୍ୟାଦି ଦେବତାମାନେ ଜନ୍ମି ଥିଲେ; ବାମନ ଅବତାରରେ ଏ ବିଷ୍ଣୁଙ୍କର ମାତା ଥିଲେ। ଏହାଙ୍କ ଦେବତା ରୂପେ ପୂଜା କରାଯିବାର ଋଗ୍ବେଦରେ ବର୍ଣ୍ଣିତ ହୋଇଅଛି)
- (ବୈଦିକ) ଦୁଗ୍ଧ Milk.
- ବାକ୍ୟ Speech.
- (ଦ୍ୱିବଚନ) ସ୍ୱର୍ଗ ଓ ମର୍ତ୍ତ୍ୟ The heaven and the earth.
- ପୁନର୍ବସୁ ନକ୍ଷତ୍ର The 7th lunar mansion.
- (ସଂ.ବିଣ.) - (ବୈଦିକ) ସ୍ୱାଧୀନ Free.
- ଅବଦ୍ଧ Not tied.
- ଅସୀମ Boundless.
- ଅଭଗ୍ନ Unbroken.
- ପୂର୍ଣ୍ଣ Entire; unimpaired
- ସୁଖୀ Happy.
|
| 2262 |
ଅଦିତିଜ |
- Aditija (ସଂ.ବି.) - ସୂର୍ଯ୍ୟ; ଆଦିତ୍ୟ The sun God.
- ଦେବ A Divine Being.
|
| 2263 |
ଅଦିନ |
- Adina (ସଂ.ବି.) - ମନ୍ଦ ବା ଅଶୁଭ ଦିବସ Bad or inauspicious day.
- ଅକାଳ; ଅନୁପଯୁକ୍ତ ସମୟ Improper time.
- ଅଭାଗ୍ୟ ସମୟ Time of bad luck.
- ଅସମୟ; ଅଋତୁ Unseasonable time.
- ଋତୁବହିର୍ଭୂତ ସମୟ Time beyond the proper season.
- ଦୁଃସମୟ Bad time.
- (ଦେ.ବିଣ.) - ଅଦିନ ବା ଅସମୟରେ ଘଟିବା Unseasonable. (ଯଥା - ଅଦିନ ମେଘ)
- ଋତୁବହିର୍ଭୂତ ଫଳିବା ବା ହେବା Happening beyond the proper season. (ଯଥା - ଅଦିନ ଆମ୍ବ)
|
| 2264 |
ଅଦିନିଆଁ |
- Adiniāñ (ଦେ.ବିଣ.) - ଅଦିନରେ ଜାତ ବା ପ୍ରକାଶିତ Unseasonable.
- ଯେଉଁ ବ୍ୟକ୍ତି ବା ବନ୍ଧୁ ଅନେକ ଦିନ ଛଡ଼ା କେବେ କଦବା ଥରେ ଦେଖା ଦିଅନ୍ତି (a friend) Whose visits are few and far between.
|
| 2265 |
ଅଦିମଗ |
- Adimaga (ଦେ.ବି.) - ଚଟ୍ଟଗ୍ରାମ ପାହାଡ଼ବାସୀ, ଅସଭ୍ୟ ଜାତିବିଶେଷ A wild tribe of the Chittagong hill-tracts.
|