| 2251 |
ଅଦାଲତ କରିବା |
- Adālat karibā (ଦେ.କ୍ରି.) - କୌଣସି ବ୍ୟକ୍ତି ନାମରେ ମକଦ୍ଦମା ଦାଏର କରିବା To file a case against a person; to go to court.
- କୌଣସି ବ୍ୟକ୍ତି ବିରୁଦ୍ଧରେ କୋଟ୍ରେ ଅଭିଯୋଗ ଉତ୍ଥାପନ କରିବା To lodge a formal charge against a person.
|
| 2252 |
ଅଦାଲତ ଖରଚ |
- Adālata kharacha (ବୈ.ବି.) - ମକଦମା ଚଳାଇବା ପାଇଁ କରାଯିବା ଖରଚ; ମକଦ୍ଦମା ଖରଚ Case-expenses; expenses undergone for conducting cases.
|
| 2253 |
ଅଦାଲତିଆ |
Also : [ ଅଦାଲତୀ ]
- Adālatiā (ଦେ.ବିଣ.) - ଅଦାଲତ ସମ୍ବନ୍ଧୀୟ Relating to a court.
- ଅଦାଲତରେ ବ୍ୟବହୃତ Used in court. (ଯଥା - ଅଦାଲତିଆ ଭାଷା)
- ଯେଉଁ ବ୍ୟକ୍ତି ଅଦାଲତରେ ଚାକିରି ବା କର୍ମ କରେ (a person) Working or serving in a court.
- ଯେଉଁ ବ୍ୟକ୍ତି ମକଦ୍ଦମା ମାମଲା ଉପଲକ୍ଷରେ ବହୁତ ସମୟ କଚିରିକୁ ଯାଏ A person who frequents courts in connection with cases.
|
| 2254 |
ଅଦାଲତୀ |
Also : [ ଅଦାଲତିଆ ]
- Adālatī (ବୈ.ବିଣ.) - ଅଦାଲତ ସମ୍ବନ୍ଧୀୟ Relating to a court.
- ଅଦାଲତରେ ବ୍ୟବହୃତ Used in court. (ଯଥା - ଅଦାଲତିଆ ଭାଷା)
- ଯେଉଁ ବ୍ୟକ୍ତି ଅଦାଲତରେ ଚାକିରି ବା କର୍ମ କରେ (a person) Working or serving in a court.
- ଯେଉଁ ବ୍ୟକ୍ତି ମକଦ୍ଦମା ମାମଲା ଉପଲକ୍ଷରେ ବହୁତ ସମୟ କଚିରିକୁ ଯାଏ A person who frequents courts in connection with cases.
|
| 2255 |
ଅଦାଲତୀ ଭାଷା |
- Adālatī bhāshā (ଦେ.ବି.) - ରାଜକୀୟ ଆଦେଶରେ କଚେରିର କାଗଜପତ୍ରରେ ବ୍ୟବହୃତ ଭାଷା Court language; language which is recognised by the government to be used in the courts of a country.
- କଚିରିଆ ଭାଷା; କଚିରିରେ କାଗଜପତ୍ର ଓ ଦଲିଲ ଆଦିରେ ଲେଖାଯିବା ମିଶ୍ରିତ ଓ ଅଶୁଦ୍ଧ ଭାଷ Mixed or grammatically and linguistically incorrect language which is found to be used in the court-records and public documents.
- କଚିରିଆ ନବଜ; ଭିନ୍ନ ଭିନ୍ନ ଭାଷାରୁ ଆସିଥିବା ଅନେକ ବୈଦେଶିକ ଶବ୍ଦ ଯାହା କଚେରିରେ ଅର୍ଥାତ୍ ଦଲିଲ - ଦସ୍ତାବିଜ, ଅରଜି - ଜବାବ, ଫଇସଲା, ନୋଟିସ୍, ଇସ୍ତିହାର ଆଦିରେ ବ୍ୟବହୃତ ହୁଏ Words and expressions culled from different languages used in phraseology of court documents; public-documents.
|