| 2206 |
ଅଦତ୍ |
- Adat (ସଂ.ବିଣ.) - ଦନ୍ତହୀନ Toothless.
- (ବୈ.ବି.) - ନଗଦ ଧନ; ରୋକଡ଼ା ମୁଦ୍ରା Cash; hard cash.
- ଉପସ୍ଥିତ ଟଙ୍କା; ହାତରେ ଥିବା ଟଙ୍କା Cash in hand.
- ଭଙ୍ଗାଯାଇ ନ ଥିବା କିମ୍ବା ଖୁଚୁରା ନ ଥିବା ପୂର୍ଣ୍ଣ ମୁଦ୍ରା Whole rupees.
- (ବୈ.ବିଣ.) - ନଗଦ (ଧନ) Cash (money)
- ଅଭଙ୍ଗା ଟଙ୍କା ଥିବା (ଧନ) (Cash) Consisting of whole rupees only.
- ନଗଦାନଗଦି; ରୋକ୍ଠୋକ୍ In cash.
- କେବଳ ପୂରା ଟଙ୍କାରେ ଦିଆଯିବା In whole rupees.
|
| 2207 |
ଅଦତ୍ତ |
- Adatta (ସଂ.ବିଣ.) - ଯାହା ଦିଆଯାଇ ନାହିଁ Not given away.
- ଅନ୍ୟାୟରୂପେ ଦତ୍ତ Unjustly given.
- ଯାହାକୁ ଅନ୍ୟ ସଙ୍ଗେ ବିବାହ ଦିଆଯାଇ ନାହିଁ Not given in marriage.
- ଯେଉଁ ବ୍ୟକ୍ତି କିଛିମାତ୍ର ଦାନ କରି ନାହିଁ (a person) who has given nothing.
- (ସଂ.ବି.) - (ସ୍ମୃତିଶାସ୍ତ୍ର) ବେଆଇନ୍ ଦାନ; ଯେଉଁ ଦାନ ଆଇନଅନୁସାରେ ଅସିଦ୍ଧ (Law) A donation which is legally null and void. (ଯଥା - ବାତୁଳ ଦ୍ୱାରା ଦାନ; ବିପନ୍ନ ବ୍ୟକ୍ତି ବା ବଳାତ୍କୃତ ବ୍ୟକ୍ତି ଦ୍ୱାରା ଦାନ।)
- ଯେଉଁ ଦାନକୁ ଦାତା ବା ଦାତାର ସ୍ଥଳାଭିଷିକ୍ତ ବ୍ୟକ୍ତି ରଦ୍ କରିପାରେ A revocable gift.
|
| 2208 |
ଅଦତ୍ତପୂର୍ବା |
- Adattapūrbā (ସଂ.ବିଣ.) - ଯେଉଁ କନ୍ୟା ବାଗ୍ବତ୍ତା ହୋଇ ନାହିଁ; ଯେଉଁ କନ୍ୟାର ମହାପ୍ରସାଦ ନିର୍ବନ୍ଧ ବା 'ସିଉକାର' ବା 'ପାଟମୁଦି' ସମ୍ପାଦିତ ହୋଇନାହିଁ Not betrothed (girl); (a girl) Who has not been formally promised by her guardians in marriage to a bride - groom.
|
| 2209 |
ଅଦତ୍ତା |
- Adattā (ସଂ.ବିଣ.) - ଯେଉଁ କନ୍ୟାକୁ ତାର ପିତା ବରପାତ୍ରଙ୍କୁ ସମର୍ପଣ କରି ନାହାନ୍ତି (a girl) Who has not been formally given in marriage to the bridegroom.
- ଅବିବାହିତା Not yet married; unmarried.
- (ସଂ.ବି.) - ଅବିବାହିତା କନ୍ୟା; ଅଭିଆଡ଼ୀ ଝିଅ An unmarried girl.
|
| 2210 |
ଅଦତ୍ତାଦାୟୀ |
Category : [ Gift ]
- Adattādāyī (ସଂ.ବିଣ.) - (ସ୍ମୃତିଶାସ୍ତ୍ର) ଯେଉଁ ବ୍ୟକ୍ତି ଅସିଦ୍ଧ ଦାନ ଗ୍ରହଣ କରିଥାଏ (Low) Receiver of a gift which is null and void or revocable.
|