| 2151 |
ଅତ୍ରିପୁତି |
- Atriputi (ଗ୍ରା.ବି.) - ଅତୃପ୍ତି Discontent; dissatisfaction.
- ଅତୃପ୍ତ Dissatisfied; not satisfied.
|
| 2152 |
ଅତ୍ରିପ୍ରଭବ |
- Atriprabhaba (ସଂ.ବି.) - (ଅତ୍ରିଙ୍କଠାରୁ ଜାତ) ଚନ୍ଦ୍ର The moon.
|
| 2153 |
ଅତ୍ରିଭବ |
- Atribhaba (ସଂ.ବି.) - (ଅତ୍ରିଙ୍କଠାରୁ ଜାତ) ଚନ୍ଦ୍ର The moon.
|
| 2154 |
ଅଥ |
- Atha (ସଂ.ଅ.) - (ଯାହା ଦ୍ୱାରା ବାକ୍ୟର ଅର୍ଥ ସୂଚିତ ହୁଏ) ବାକ୍ୟ, ପ୍ରସ୍ତାବ, ପ୍ରବନ୍ଧ ବା ଗ୍ରନ୍ଥ ଆରମ୍ଭରେ ବ୍ୟବହୃତ ଅବ୍ୟୟ; ଏହିଠାରେ ଆରମ୍ଭ A particle used at the beginning of a sentence, proposal, essay or book; here begins.
- ଅନନ୍ତର; ଏହାପରେ Then; after this.
|
| 2155 |
ଅଥକ୍ |
- Athak (ବିଣ.) - (ପ୍ରାଦେ. ସମ୍ବଲପୁର) ଅତି ଗଭୀର Very deep.
- ଅଥଳ; ଯେଉଁ ପାଣିରେ ମନୁଷ୍ୟ ପଶି ବା ଚାଲି କରି ପାରି ହୋଇ ପାରେ ନାହିଁ Unfordable.
- ଯେ ଥକି ନାହିଁ; ଅଶ୍ରାନ୍ତ Untired.
|