| 2091 |
ଅତ୍ୟଧିକ |
- Atyadhika (ସଂ.ବିଣ.) - ସଂଖ୍ୟାରେ ଅତି ବେଶୀ 1. Very many.
- ପରିମାଣରେ ଅତ୍ୟନ୍ତ ବେଶୀ Very much; excessive; inordinately large.
- ଅତିଅଳ୍ପ, ଅତ୍ୟଳ୍ପ (ବିପରିତ)
|
| 2092 |
ଅତ୍ୟଧ୍ବା |
- Atyadhwā (ସଂ.ବିଣ.) - ବହଟନ; ବହୁଦୂର ପଥ ଓ କ୍ଳାନ୍ତିଜନକ ପର୍ଯ୍ୟଟନ A long and wearisome journey.
|
| 2093 |
ଅତ୍ୟନ୍ତ |
- Atyanta (ସଂ.ବିଣ.) - ଅତ୍ୟଧିକ; ଅତିଶୟ Much.
- ଅତି ବଡ଼ Very great; very big.
- ବେଜାୟ Inordinate.
- ବହୁତ Excessive; too much.
- ସମ୍ପୂର୍ଣ୍ଣ Complete; perfect; absolute.
- ଅସୀମ Boundless.
- ଚିରସ୍ଥାୟୀ Permanent.
- ଅଶେଷ Endless.
- ଅପରିମେୟ Immeasurable
- (ଦେ.ବିଣର ବିଣ./ କ୍ରି.ବିଣ.) - ସମଧିକ ପରିମାଣରେ Excessively.
- ବେଜାୟ Inordinately.
- ସମ୍ପୂର୍ଣ୍ଣରୂପେ Fully; completely.
- ଚିରକାଳ ପାଇଁ In perpetuity; for ever.
|
| 2094 |
ଅତ୍ୟନ୍ତଗ |
- Atyantaga (ସଂ.ବିଣ.) - ଅତି ବେଗଗାମୀ Fleet; going too fast.
|
| 2095 |
ଅତ୍ୟନ୍ତଗତ |
- Atyantagata (ସଂ.ବିଣ.) - ଚିରକାଳ ପାଇଁ ଗତ Gone for ever; gone for good.
- ସବୁବେଳେ ପ୍ରଯୁଜ୍ୟ Always applicable.
- ସମ୍ପୂର୍ଣ୍ଣ ରୂପେ ଯୋଗ୍ୟ ବା ୱାଜିବ Completely pertinent.
|