| 1886 |
ଅତପଃ |
Also : [ ଅତପସ୍କ ]
- Atapaḥ (ସଂ.ବିଣ.) - ଯେ ତପଶ୍ଚରଣରେ ହେଳା କରେ Neglecting religious austerities.
- (ସଂ.ବି.) - ଅଧାର୍ମିକ ବ୍ୟକ୍ତି Irreligious person.
|
| 1887 |
ଅତର |
- Atara (ବୈ.ବି.) - ପୁଷ୍ପରୁ ନିଷ୍କାସିତ ତୈଳମୟ ସୁଗନ୍ଧ ସାର Otto; oily scent extracted from flowers.
|
| 1888 |
ଅତରକା |
Also : [ ଅତରକିଆ ]
- Atarakā (ଦେ.ବିଣ.) - ଯେ ମାୟାବୀ ବା କପଟୀ ନୁହେଁ; ନିଷ୍କପଟ; ସରଳ Simple.
- ଅସାବଧାନ Not cautious.
|
| 1889 |
ଅତରଦାନ୍ |
- Ataradān (ବୈ.ବି.) - ସଭା ଓ ଦରବାର ଆଦିରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ଅତର ଦ୍ୱାରା ଅଭ୍ୟର୍ଥନା କରାଯିବା ପାଇଁ ବ୍ୟବହୃତ ଅତର ରଖା ଯାଇଥିବା ପାତ୍ର A receptacle for keeping otto while serving it to guests at a gathering.
- (ଦେ.ବି.) - ଅତରଶିଶି; ଅତର ରଖିବା ପାଇଁ ବ୍ୟବହୃତ ସାନ ବୋତଲ Phial of otto.
|
| 1890 |
ଅତରଦାନୀ |
- Atardānī (ବୈ.ବି.) - ସଭା ଓ ଦରବାର ଆଦିରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ଅତର ଦ୍ୱାରା ଅଭ୍ୟର୍ଥନା କରାଯିବା ପାଇଁ ବ୍ୟବହୃତ ଅତର ରଖା ଯାଇଥିବା ପାତ୍ର A receptacle for keeping otto while serving it to guests at a gathering.
- (ଦେ.ବି.) - ଅତରଶିଶି; ଅତର ରଖିବା ପାଇଁ ବ୍ୟବହୃତ ସାନ ବୋତଲ Phial of otto.
|