| 1846 |
ଅଣ୍ଡିଆ |
- Aṇḍiā (ଦେ.ବିଣ.) - ଯେଉଁ ପଶୁ ଖାସି କରା ଯାଇ ନାହିଁ Not castrated.
- କାଣିଷଣ୍ଢିଆ; ମୁଷ୍କ ଛେଦନକାରୀ ବ୍ୟକ୍ତିର ଦୋଷରୁ ଧରା ହେବା ବେଳେ ଯେଉଁ ଅଣ୍ଡିରା ବାଛୁରିର ମୁଷ୍କ ନିଃଶେଷ- ରୂପେ କଟା ହୋଇ ପାରି ନ ଥାଏ Defectively castrated (bull-caff).
- (ଦେ.ବି.) - ଅଣ୍ଡିରା ବାଛୁରୀ A bull-calf.
- (ବି.) - (ବାଲେଶ୍ୱର) (ସଂ. ଅଣ୍ଡିରା) ଦାମୁଡ଼ି A full grown bull-calf; a steer.
- ସମ୍ପୂର୍ଣ୍ଣରୂପେ ମୁଷ୍କ ଛେଦିତ ହୋଇ ନ ଥିବା ବଳଦ A defectively castrated bullock.
|
| 1847 |
ଅଣ୍ଡି ଟିଙ୍ଗେଇବା |
- Aṇḍi tiṅgeibā (ଦେ.ବି.) - ଲିଙ୍ଗୋଦ୍ରେକ ହେବା Erection of the penis.
- (ଲକ୍ଷଣାର୍ଥ) କୌଣସି ବିଷୟ ପାଇଁ ମନରେ ଲାଳସାର ଉଦ୍ରେକ Hankering after anything.
|
| 1848 |
ଅଣ୍ଡିନୀ |
- Aṇḍinī (ସଂ.ବି.) - ସ୍ତ୍ରୀମାନଙ୍କର ଯୋନିକନ୍ଦ ରୋଗ Prolapse of the uterus; a female disease.
|
| 1849 |
ଅଣ୍ଡିରା |
- Aṇḍirā (ଦେ.ବିଣ.) - (ସଂ. ଅଣ୍ଡୀର) ପୁରୁଷଜାତୀୟ (ଜୀବ) Male (animal)
- ବାଞ୍ଝ (ଗଛ); ଯେଉଁ ଗଛ ଫଳେ ନାହିଁ Barren (tree)
- ଯେଉଁ ଫୁଲରୁ ଫଳ ହୁଏ ନାହିଁ Male (flower).
- (ଲକ୍ଷଣାର୍ଥ) ବଳଶାଳୀ; ବଳୁଆ Strong.
- (ଲକ୍ଷଣାର୍ଥ) ବୀର Valiant; heroic.
- (ଦେ.ବି.) - ପୁରୁଷଜାତୀୟ ଜୀବ A male animal.
- ପୁରୁଷ; ମନୁଷ୍ୟ A male; a man.
- ସ୍ୱାମୀ; ପତି Husband.
- ଦାମୁଡ଼ି; ଯୁବାଅଣ୍ଡିରା ବାଛୁରୀ A steer; a full grown bull-calf.
- ଗାଈପୁଅ ଅଣ୍ଡିରା; ଆପଣା ଗାଈଠାରୁ ଜନ୍ମିଥିବା ଅଣ୍ଡିରା ବାଛୁରୀ A bullcalf born of one's own cow.
- (ବି.) - (ପ୍ରାଦେ./କଟକ) ମାସ୍ତାନ ବ୍ରାହ୍ମଣ An inferior class of Ordiā Brāhmanas.
|
| 1850 |
ଅଣ୍ଡିରା କାଙ୍କଡ଼ |
Category : [ Plant ]
- Andirā kānkarda (ଦେ.ବି.) - ତିକ୍ତ କର୍କୋଟକୀ; ପିତା କୁଆମଇତା A kind of bitter cucur bitatious fruit; Memordica Diocicamale.
- ଯେଉଁ କାଙ୍କଡ଼ ଲତା ଫଳ ଧରେ ନାହିଁ A kānkarda creeper which bears no fruit.
|