| 1851 |
ଅଣ୍ଡିରାଚଣ୍ଡୀ |
Also : [ ଅଣ୍ଡିରା ଚଣ୍ଡୀ ]
- Aṇḍirāchaṇḍi (ଦେ.ବି.) - ଦୁଷ୍ଟା ସ୍ତ୍ରୀ; ଉଗ୍ରସ୍ୱଭାବା ସ୍ତ୍ରୀ; କଳିହୁଡ଼ୀ ସ୍ତ୍ରୀ Vixen; virago; shrew.
- ପୁରୁଷପ୍ରକୃତିକା ସ୍ତ୍ରୀ; ଯେଉଁ ସ୍ତ୍ରୀ ପୁରୁଷ ସମାଜରେ ମିଶିବାକୁ ବେଶି ସୁଖ ପାଏ A woman who loves the society of males.
- ନିର୍ଲଜ୍ଜା ସ୍ତ୍ରୀ (ନିର୍ଲଜ୍ଜୀ) Shameless woman.
|
| 1852 |
ଅଣ୍ଡିରା ବାଇଗଣ |
- Andirā bāigaṇa (ଦେ.ବି.) - ଅସ୍ୱାଦୁ ଓ ଧଳା ବାଇଗଣ (ଏ ବାଇଗଣ ମଧ୍ୟରୁ ସୂତା ପରି ଗୋଟିଏ ତନ୍ତୁ ବାହାରେ ଓ ଏହା ଖାଇବାକୁ ରୁଚିକର ନୁହେ) A kind of badly developed and coarse brinjal.
|
| 1853 |
ଅଣ୍ଡିରା ବ୍ରାହ୍ମଣ |
Also : [ ଅଣ୍ଡିରା ବାହ୍ମୁଣ ]
Category : [ Cast ]
- Aṇdirā bāhmuṇa (ଗ୍ରା.ବି.) - (ବ୍ୟଙ୍ଗ୍ୟାର୍ଥକ) ଓଡ଼ିଶାର ଅଧସ୍ତନଶ୍ରେଣୀର ଏକପ୍ରକାର ବ୍ରାହ୍ମଣ A class of Brāhmaṇas of lower order of Brāhmaṇas of Orissa.
|
| 1854 |
ଅଣ୍ଡିରା ମାଧିଆ |
- Aṇḍirā mādhiā (ଗ୍ରା.ବି.) - ରାଣ୍ଡିପୁଅ ଅନନ୍ତା; ଯେଉଁ ଲୋକ କିଛି କାମ ନ କରି ବୃଥାରେ ବୁଲୁଥାଏ (a term of abuse) A loafer.
|
| 1855 |
ଅଣ୍ଡିରିପୁଅ |
- Aṇḍiripua (ଗ୍ରା.ବି.) - ବାଳକ Boy.
- ପୁରୁଷ ଜାତି A male.
[ ଢଗ ] ଅଣ୍ଡିରିପୁଅର ଲଣ୍ଡି, ମାଇକିନିଆ ଝିଅର ଗଣ୍ଡି।
|