| 1856 |
ଅଣ୍ଡିରିପୁଅ ଉର୍ଦ୍ଧବ |
- Aṇḍiripua urddhaba (ଦେ.ବି.) - ସୁନ୍ଦର ପୁରୁଷ (Ironical) A good-for nothing person with a pleasing exterior and dress.
|
| 1857 |
ଅଣ୍ଢିଆ |
- Aṇḍhiā (ଗ୍ର.ବି.) - ନଈବଢ଼ି ଛାଡ଼ିଗଲେ ନଈର ଯେଉଁ ଯେଉଁ ସ୍ଥାନରେ ଗଭୀର ଓ ସ୍ଥିରପାଣି ରହି ଯାଇଥାଏ Deep pools of water in the bed of a river after the subsidence of a flood.
- (ନାମ) ପୁରୀଜିଲ୍ଲା ନିମାପଡ଼ା ଥାନା ନିକଟସ୍ଥ କୋଠଦେଶ ପ୍ରଗନ୍ନାର ପୂର୍ବ ପ୍ରସିଦ୍ଧ ଜମିଦାର ରାଏଟ୍ସିଂହ ବଂଶର ରାଜଧାନୀ ଓ ବ୍ରାହ୍ମଣ ଶାସନ Name of a large village in the Puri district.
|
| 1858 |
ଅଣ୍ଡୀର |
- Aṇḍīra (ସଂ.ବିଣ.) - ପୁରୁଷ ଜାତୀୟ Male.
- ବଳୁଆ Strong.
- ଶକ୍ତ; ସମର୍ଥ Capable; able.
- (ସଂ.ବି.) - ମନୁଷ୍ୟ Man.
- ବଳବାନ ଓ ହୃଷ୍ଟପୁଷ୍ଟ ପୁରୁଷ A fullgrown and well developed male.
|
| 1859 |
ଅତ |
- Ata (root) (ସ.) - ଚାଲିବା To walk.
- ଭ୍ରମଣ କରିବା To rove; to wander.
- ବାନ୍ଧିବା To bind.
|
| 1860 |
ଅତଉଲ |
Also : [ ଅତଉଲା, ଅତୌଲ ]
- Ataula (ଗ୍ରା.ବିଣ.) - ଯାହା ତଉଲ ବା ଓଜନ ହୋଇନାହିଁ Which has not been weighed or weighed
|