Language Section

 

 

 

 

 

 

Dictionary : View_page

ID Main Word Content
1806 ଅଣ୍ଟି
  1. Aṇṭi (ଦେ.ବି.) - ପିନ୍ଧିଥିବା ଲୁଗାର ସାମନା ବା କୁଞ୍ଚ ପାଖରେ କୌଣସି ବସ୍ତୁ ରଖିବା ପାଇଁ କରାଯିବା ପାତ୍ରାକୃତି ମୁଣି ବା ପାକିଟି  A pocket or bag improvised from the folds of the cloth worn by a person.
  2. ପିନ୍ଧା ଲୁଗାର ଅଣ୍ଟାପାଖ ଖୋଷଣୀ; ଅଣ୍ଟାପାଖେ ଥିବା ପିନ୍ଧା ଲୁଗାର ଗଣ୍ଠି A knot made in the folds of the garment at the waist.
  3. ଅଣ୍ଟା; କଟି  Waist.
  4. କୋଳ; ଉତ୍ସଙ୍ଗ Lap. 
1807 ଅଣ୍ଟିକଟା
  1. Aṇṭikaṭā (ଦେ.ବି.) - ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିର ପିନ୍ଧା ଲୁଗାର ଅଣ୍ଟିକୁ (ବସ୍ତ୍ରଗ୍ରନ୍ଥି) କାଟି ଅଣ୍ଟିରେ ଥିବା ଧନକୁ ଚୋରି କରେ A pickpocket.
  2. ଦଗାବାଜ୍ A cheat.
1808 ଅଣ୍ଟିଧନ
  1. Aṇṭidhana (ଦେ.ବି.) - ଅଣ୍ଟିରେ ରଖାଯିବା ଧନ Property or money kept in the folds of one's garment.
  2. ଗଣ୍ଠିଧନ; ଯତ୍ନରକ୍ଷିତ ଧନ Property kept with much care.
  3. ମନୁଷ୍ୟର ପ୍ରିୟତମ ବସ୍ତୁ ବା ବ୍ୟକ୍ତି One's dearly beloved thing or person.
  4. ଅତି ଯତ୍ନରେ ପାଳିତ (ବ୍ୟକ୍ତି) (a person) Brought up with fondness and care.

 [ ଢଗ ]  ଅଣ୍ଟିଧନ ତଣ୍ଟିକାଟେ।

1809 ଅଣ୍ଟିନିଆଁ
  1. Aṇṭiniāñ (ଦେ.ବି.) - (ଲକ୍ଷଣାର୍ଥ; ଆପଣା ପିନ୍ଧିଥିବା ଲୁଗାର ଅଣ୍ଟିରେ ନିଆଁ ରଖିଲେ ତାହା ମନୁଷ୍ୟକୁ ପୋଡ଼ି ପକାଏ; ସୋହି ଲକ୍ଷଣାରୁ) ନିଜର ପରିବାରର କୌଣସି ନିନ୍ଦାଜନକ ବା ଅନିଷ୍ଟକର ଗୁପ୍ତ କଥା Serious compronising family-secret.
  2. ନିଜ ପରିବାରର କୌଣସି ବ୍ୟକ୍ତ ଦ୍ୱାରା କୃତ ଦୁଷ୍କ୍ରିୟା Any misdeed done by a member of one's family.
1810 ଅଣ୍ଟି ପତେଇବା

Also : [ ଅଣ୍ଟି ପତାଇବା ]

  1. Aṇṭi pateibā (ଦେ.କ୍ରି.) - କୌଣସି ଦ୍ରବ୍ୟ ଅଣ୍ଟିରେ ପଡ଼ିବା ପାଇଁ ଅଣ୍ଟିକୁ ପ୍ରସାରଣ କରିବା To spread out the fold of one's cloth as in begging.
  2. (ଲକ୍ଷଣାର୍ଥ) କୌଣସି ବସ୍ତୁ ପାଇବାପାଇଁ ଆଶା କରିବା; ଉଦ୍ଗ୍ରୀବ ହୋଇ ରହିବା To wait in order to get a thing; to wait expectantly.
Page 362 of 687



expoodisha.com

 

Other Dictionary