| 1796 |
ଅଣ୍ଟାପିଠି |
Category : [ Body Parts ]
- Aṇṭāpiṭhi (ଦେ.ବି.) - (ସହଚର) କଟି ଓ ପୃଷ୍ଠ Waist and back.
|
| 1797 |
ଅଣ୍ଟାପିଠି ଲାଗିଯିବା |
Category : [ Disease ]
- Aṇṭāpithi lāgij̄ibā (ଦେ.ବି.) - ବହୁକାଳ ଏକ ସ୍ଥାନରେ ବସି ବା ଠିଆ ହୋଇ ରହିବା ବା ଅତ୍ୟଧିକ ପରିଶ୍ରମକରିବା ଯୋଗୁଁ କଟି ଓ ପୃଷ୍ଠରେ ବେଦନା ବା ଘୋଳ ଅନୁଭୂତି Feeling of pain in the back and waist on account of excessive labour in one posture for a long time.
|
| 1798 |
ଅଣ୍ଟବଥା |
Category : [ Disease ]
Also : [ ଅଣ୍ଟାଧରା, ଅଣ୍ଟାବ୍ୟଥା, ଅଣ୍ଟାବିନ୍ଧା ]
- Aṇṭābathā (ଦେ.ବି.) - କଟିବାତ (ଏଥିରେ ଅଣ୍ଟା ଅବଶ ହେବାରୁ ଲୋକ ଚଳିପାରେ ନାହିଁ) Lumbago.
- ଶୂଳବିଶେଷ (ଏ ରୋଗରେ ଅଣ୍ଟା ଭିତରେ ଛୁଞ୍ଚି ମାଇଲା ପରି ବେଦନା ଅନୁଭୂତ ହୁଏ) ପାର୍ଶ୍ୱଶୂଳ Renal colic.
|
| 1799 |
ଅଣ୍ଟା ବସିଯିବା |
Category : [ Disease ]
- Aṇṭā basij̄ibā (ଦେ.ବି.) - ବାର୍ଦ୍ଧକ୍ୟ ବା ରୋଗ ଯୋଗୁଁ ବଳହାନି ଘଟିବା Becoming weak on account of old age or illness.
- ଅଣ୍ଟାରେ ଜଖମ ଥିବା ଯୋଗୁଁ କଠିନ ପରିଶ୍ରମ କରିବାକୁ ବା ବହୁ ଦୂର ଚାଲିବାକୁ ଅସମର୍ଥ ହେବା Becoming unable to labour hard or walk a long distance owing to a fractured waist.
- କୌଣସି ଗୁରୁତର ଆଘାତ (ଯଥା - ପ୍ରହାର ବା ଉଚ୍ଚରୁ ପଡ଼ିଯିବା) ଯୋଗୁଁ ଅଣ୍ଟାର ହାଡ଼ ଜଖମ ହେବା Fracture of the bone of the waist due to a serious blow or fall.
- ବାର୍ଦ୍ଧକ୍ୟ ବା ରୋଗଯୋଗୁଁ ବଳ କମିଯିବା; ଅଣ୍ଟା ବସି ଯିବା Becoming weak on account of old age or illness.
[ ଦ୍ର ] ଅଣ୍ଟା ବସି ଯାଇଥିବା ଘୋଡ଼ାଙ୍କୁ 'କମରୀ' ବୋଲାଯାଏ।
|
| 1800 |
ଅଣ୍ଟାଭଙ୍ଗା |
Category : [ Disease ]
- Aṇtābhaṅgā (ଦେ.ବିଣ.) - କମରୀ; ଯାହାର ଅଣ୍ଟା ଜଖମ ହୋଇଅଛି Having a fractured waist.
|