| 1801 |
ଅଣ୍ଟା ଭାଙ୍ଗିଯିବା |
Category : [ Disease ]
- Aṇṭā bhāṅgij̄ibā (ଦେ.ବି.) - କୌଣସି ଗୁରୁତର ଆଘାତ (ଯଥା - ପ୍ରହାର ବା ଉଚ୍ଚରୁ ପଡ଼ିଯିବା) ଯୋଗୁଁ ଅଣ୍ଟାର ହାଡ଼ ଜଖମ ହେବା Fracture of the bone of the waist due to a serious blow or fall.
- ବାର୍ଦ୍ଧକ୍ୟ ବା ରୋଗଯୋଗୁଁ ବଳ କମିଯିବା; ଅଣ୍ଟା ବସି ଯିବା Becoming weak on account of old age or illness.
- (ଦେ.ବିଣ.) - ହତୋତ୍ସାହ ହେବା Becoming discouraged.
- ନିରାଶ ହେବା ବା ହତାଶ ହେବା Becoming hopeless or desperate.
- କୌଣସି ବିଶିଷ୍ଟ ବନ୍ଧୁ, ପରିଜନ ବା ସହାୟକଙ୍କ ବିଚ୍ଛେଦ ବା ମୃତ୍ୟୁ ଯୋଗୁଁ ମନରେ ଗୁରୁତର ଦୁଃଖ ଜନ୍ମିବା Great affliction due to the separation or death of a beloved or helping person. (ଯଥା - ଅର୍ଜନକାରୁଆ ପୁଅ ମରିବା ଦିନରୁ ତା ଅଣ୍ଟା ଭାଙ୍ଗିଗଲାଣି)
|
| 1802 |
ଅଣ୍ଟାଭିଡ଼ |
- Aṇṭābhiṟḍ̠a (ଦେ.ବି.) - ଗୁରୁତର କାୟିକ ପରିଶ୍ରମ Hard physical labour.
|
| 1803 |
ଅଣ୍ଟାଭିଡ଼ା |
- Aṇṭābhiṟḍ̠ā (ଦେ.ବି.) - କୌଣସି ପରିଶ୍ରମସାଧ୍ୟ କର୍ମ କରିବା ପାଇଁ ପ୍ରସ୍ତୁତ ହେବା Being ready to do a difficult work.
- ପରିଶ୍ରମସାଧ୍ୟ କର୍ମ କରିବା ବା ବହୁ ଦୂର ପଥ ଚାଲିବା ପୂର୍ବରୁ ଅଣ୍ଟାରେ ଭିଡ଼ାଯିବା ଚାଦର A sheet tied round the waist to enable a person to labour hard or walk a long distance.
- (ଦେ.ବିଣ.) - (ଏଥିରେ ଅଣ୍ଟା ଉପରେ ଭିଡ଼ ପହଞ୍ଚିବାରୁ) ବହୁ ପରିଶ୍ରମସାଧ୍ୟ (କର୍ମ) (work) Requiring hard labour.
|
| 1804 |
ଅଣ୍ଟା ସଳଖିବା |
- Aṇṭā saḻakhibā (ଦେ.କ୍ରି.) - ଏକାଦିକ୍ରମେ କିଛିକାଳ କୌଣସି ପରିଶ୍ରମସାଧ୍ୟ କାମ କରିବା ଯୋଗୁଁ ଅଣ୍ଟା ପିଠି ଲାଗି ଗଲେ ବା ଘୋଳି ହେଲେ କିଛିକାଳ ଠିଆ ହୋଇ ଦେହକୁ ଓ ଅଣ୍ଟାକୁ ସିଧା କରିବା To straighten one's body and waist after working hard for some time at a stretch.
- ଶ୍ରମ ମେଣ୍ଟାଇବା ପାଇଁ କିଛିକ୍ଷଣ ବିଶ୍ରାମ ନେବା To take rest for being relieved of wearinness after hard labour.
- (ପ୍ରାଦେ./ସମ୍ବଲପୁର; ଗଡ଼ଜାତ) - ପହିଲି ପାଳି ଯାଇଥିବା ଝିଅ କିଛିଦିନ ସ୍ୱାମୀଘରେ ଖଟିବା ପରେ କିଛିଦିନ ପାଇଁ ବାପଘରକୁ ଆସିବା (said of a young wife) To return to the parents' house after passing some days with the husband after consummation of marriage.
|
| 1805 |
ଅଣ୍ଟାସୂତା |
- Aṇṭāsūtā (ଦେ.ବି.) - କରଧୁନୀ; କରସୂତା, କଟିସୂତ୍ର; ଅଣ୍ଟାରେ ପିନ୍ଧାଯିବା ସରୁ ଦଉଡ଼ି A string worn round the waist.
- ଧାତୁନିର୍ମିତ କଟିସୂତ୍ର A mental chain for the waist; waist-chain.
|