| 1816 |
ଅଣ୍ଡ କଟାହ |
- Aṇḍa kaṭāha (ସଂ.ବି.) - (କଟାହ ସଙ୍ଗେ ତୁଳନୀୟ ଅଣ୍ଡ) ବ୍ରହ୍ମାଣ୍ଡ; ଚରାଚର ସୃଷ୍ଟି The Universe; the creation.
- (ଷଷ୍ଠୀ ତତ୍) ବ୍ରହ୍ମାଣ୍ଡର ଖୋଳପା The shell of the mundane egg.
|
| 1817 |
ଅଣ୍ଡକପାଳ |
- Aṇḍakapāḻa (ଦେ.ବି.) - ଡିମ୍ବ ଉପରର ଖୋଳପା Egg shell.
|
| 1818 |
ଅଣ୍ଡକୋଟରପୁଷ୍ପୀ |
Category : [ Plant ]
- Aṇḍakoṭarapushpī (ସଂ.ବି.) - ନୀଳରାସ୍ନା; ଅଜାନ୍ତ୍ରିବୃକ୍ଷ Name of a plant; Convolvulus Argenteus.
|
| 1819 |
ଅଣ୍ଡକୋଶ |
Also : [ ଅଣ୍ଡକୋଷ ]
- Aṇḍakoṡa (ସଂ.ବି.) - ମୁଷ୍କ; ବୀଜକୋଷ; ଉପସ୍ଥର ମୂଳରେ ଚମ ମୁଣିରେ ଝୁଲୁ ଥିବା ଅଣ୍ଡାକୃତି କୋଷଦ୍ୱୟ The scrotum; testicle.
- ବ୍ରହ୍ମାଣ୍ଡ The mundane egg; the Universe.
|
| 1820 |
ଅଣ୍ଡଜ |
- Aṇḍaja (ସଂ.ବିଣ.) - ଡିମ୍ବଜାତ Born of eggs; oviparous.
- (ସଂ.ବି.) - ଯେଉଁ ଜୀବମାନେ ମାତୃଗର୍ଭରୁ ପ୍ରଥମେ ଅଣ୍ଡ ଭିତରେ ଥାଇ ଜନ୍ମ ଲାଭ କରନ୍ତି ଓ ପରେ ଡିମ୍ବ ଫାଟି ତହିଁ ମଧ୍ୟରୁ ବାହାରନ୍ତି Oviparous animals. (ଯଥା - ପକ୍ଷୀ; ମାଛ; କଚ୍ଛପ) [
[ ଦ୍ର ] ହିନ୍ଦୁ ଶାସ୍ତ୍ର ମତରେ ସୃଷ୍ଟିସ୍ଥ ସଚେତନ ବସ୍ତୁ ଚାରି ଭାଗରେ ବିଭକ୍ତ 1. ଜରାୟୁଜ - ମନୁଷ୍ୟ; ପଶୁ; ରାକ୍ଷସ; ପିଶାଚ; 2. ଅଣ୍ଡଜ - ମତ୍ସ୍ୟ; ପକ୍ଷୀ; ସର୍ପାଦି; 3. ସ୍ୱେଦଜ - ମଶା; ଡାଉଁଶ; ଉକୁଣି; ମାଛି; 4. ଉଦ୍ଭିଜ୍ଜ- ବୃକ୍ଷଲତା ଇତ୍ୟାଦି। (ମନୁସଂହିତା)
|