| 1791 |
ଅଣ୍ଟାଗୁଞ୍ଜା |
- Aṇtāgun̄jā (ଦେ.ବି.) - (ଯାହା ଅଣ୍ଟାରେ ଗୁଞ୍ଜାଯାଏ) ଲାଞ୍ଚ; ଉତ୍କୋଚ Bribe.
|
| 1792 |
ଅଣ୍ଟାଜାଦୁ |
- Aṇtājādu (ଦେ.ବି.) - ଅଧିକାଂଶ ସମୟ ଓଦାଲୁଗା ପିନ୍ଧିବା ଯୋଗୁଁ ଅଣ୍ଟା ଚାରି ପାଖରେ ହେବା ଏକ ପ୍ରକାର ଦୁରାରୋଗ୍ୟ ଦଦ୍ରୁରୋଗ A kind of persistent ring—worm round the waist.
|
| 1793 |
ଅଣ୍ଟା ଦରାଣ୍ଡିବା |
- Aṇtā darāndibā (ଦେ.କ୍ରି.) - କୌଣସି ବ୍ୟକ୍ତି ପିନ୍ଧିବା ଲୁଗାରେ ଅଣ୍ଟା ପାଖରେ କିଛି ଟଙ୍କା ପଇସା ଖୋସି କରି ଲୁଚାଇ ରଖୁଛି କି ନାହିଁ, ଏହା ଦେଖିବା ପାଇଁ ତା ଅଣ୍ଟା ଚାରି ପାଖରେ ପିନ୍ଧିଥିବା ଲୁଗାକୁ ଅଣ୍ଡାଳିବା ବା ଉଣ୍ଡିବା To search a person's waist-cloth to see if he has secreted some money there.
|
| 1794 |
ଅଣ୍ଟାଧରା |
Also : [ ଅଣ୍ଟାବଥା, ଅଣ୍ଟାବ୍ୟଥା ]
Category : [ Disease ]
- Aṇtādharā (ଦେ.ବି.) - କଟିବାତ; (ଏଥିରେ ଅଣ୍ଟା ଅବଶ ହେବାରୁ ଲୋକ ଚଳିପାରେ ନାହିଁ) Lumbago.
- ଶୂଳବିଶେଷ (ଏ ରୋଗରେ ଅଣ୍ଟା ଭିତରେ ଛୁଞ୍ଚି ମାଇଲା ପରି ବେଦନା ଅନୁଭୂତ ହୁଏ) ପାର୍ଶ୍ୱଶୂଳ Renal colic.
|
| 1795 |
ଅଣ୍ଟାପାଣି |
- Aṇtāpāni (ଦେ.ବି.) - ଅଣ୍ଟାଠାରୁ ତଳକୁ ଧୋଇବା Washing of one's body from the waist downwards.
[ ଦ୍ର ] ଲୋକେ ୩ ପ୍ରକାର ଗାଧୁଆନ୍ତି - ୧. ମୁଣ୍ଡ ଧୋଇ ଗାଧୁଆନ୍ତି; ୨. ମୁଣ୍ଡ ନ ବୁଡ଼ାଇ ବେକଠାରୁ ତଳକୁ ଗାଧୁଆନ୍ତି; ୩. ଅଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡ଼ାଇ ଗାଧୁଆନ୍ତି।
|