Aṇasara (ଦେ.ବି.) - (ସଂ. ଅନବସର) ଯେଉଁ ସମୟରେ ଯାତ୍ରୀମାନଙ୍କୁ ଦର୍ଶନ ଦେବାପାଇଁ ଜଗନ୍ନାଥଙ୍କୁ ଅବସର ନ ଥାଏ) ଦେବସ୍ନାନ ପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ କାଳ; ଆଷାଢ଼ କୃଷ୍ଣ ପ୍ରତିପଦଠାରୁ ପନ୍ଦର ଦିନ କାଳ The dark fortnight of the month of Āshāṟḍ̠ẖa when pilgrims can not see the three idols at Puri.
Aṇasara ghara(ଦେ.ବି.) - ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନ; ଯେଉଁଠାରେ କି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ମୂର୍ତ୍ତିମାନ ଅଣସର ସମୟରେ ରଖାଯାଇ ଚିତ୍ରକାରମାନଙ୍କ ଦ୍ୱାରା ଚିତ୍ର କରାଯାଆନ୍ତି A space inside the Jagamohana of the Jagannath-temple where the idols are kept and painted during the Aṇasara.
Aṇasaragumuṭa(ଦେ.ବି.) - ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନ; ଯେଉଁଠାରେ କି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ମୂର୍ତ୍ତିମାନ ଅଣସର ସମୟରେ ରଖାଯାଇ ଚିତ୍ରକାରମାନଙ୍କ ଦ୍ୱାରା ଚିତ୍ର କରାଯାଆନ୍ତି A space inside the Jagamohana of the Jagannath-temple where the idols are kept and painted during the Aṇasara.
1724
ଅଣସର ଗୁଳୁଗୁଳି
Aṇasara guḻuguḻi(ଦେ.ବି.) - ଅଣସର ବା ଆଷାଢ଼ କୃଷ୍ଣପକ୍ଷରେ ଅନୁଭୂତ ଦୁଃସହ ଗ୍ରୀଷ୍ମ Unbearable and close heat felt during the dark fortnight of the month of Āshāṟḍ̠ẖa.
1725
ଅଣସର ତାଟି
Aṇasara tāṭi(ଦେ.ବି.) - ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତିମାନ ଚିତ୍ର କରାଯାଉଥିବା ବେଳେ ତାଙ୍କ ଆଗରେ ରଖାଯାଇଥିବା ବାଉଁଶର ଚାଞ୍ଚଡ଼ା Bamboo matting put in front of the idols at Puri when they are painted.