Language Section

 

 

 

 

 

 

Dictionary : View_page

ID Main Word Content
1726 ଅଣସର ପଣା
  1. Aṇasara paṇā (ଦେ.ବି.) - ଅଣସର ଘରେ ଥିବା ସମୟରେ ଜଗନ୍ନାଥଙ୍କୁ ଭୋଗ କରାଯିବା ପ୍ରପାନକବିଶେଷ  A sweet drink offered to the idols at Puri during the Aṇasara.
1727 ଅଣସୋରିଷ

Also : [ ଅଣସୋରିଷା, ଅଣସୋରିଷିଅ ]  

Other Name : [ ଆଦିତ୍ୟଭକ୍ତା,  ଆଦିତ୍ୟପତ୍ରା,  ଅର୍କପୁଷ୍ପିକା, ସୂର୍ଯ୍ୟାବର୍ତ୍ତ; ବରିଷ୍ଠା, କର୍ଣ୍ଣସ୍ଫୋଟ, ତିଳପର୍ଣ୍ଣୀ ]  

Category : [ Plant ]

  1. Aṇasorisha (ଦେ.ବି.) - (ଯାହା ସୋରିଷ ପରି ଦେଖାଯାଏ; ଅଥଚ; ସୋରିଷ ନୁହେଁ)  ଭାରତର ଉଷ୍ଣ ପ୍ରଧାନ ସ୍ଥାନର ପଡ଼ିଆମାନଙ୍କରେ ଜନ୍ମିବା ବନ୍ୟଶାକ A kind of herb; Cleomi Viscosa; Polanisia icosandra.
  2.  ଏହି ଜାତୀୟ ଆଉ ଏକ ପ୍ରକାର ଶାକ ଗୁଳ୍ମ (ଏଥିର ଫୁଲ ଆରକ୍ତ ଓ କେଶର ୬ଟି; ଏହା ବାର୍ଷିକ ତୃଣ; ଗଛ ସିଧା, ଫୁଲ ବଡ଼, ମଞ୍ଜି ଟାଣୁଆ, ଏଥିର ପତ୍ର, ମୂଳ ଓ ମଞ୍ଜି (ଚର୍ମ ରୋଗରେ ଉପକାରୀ) A kind of annual herb; Synandropsis Pentaphylla.
1728 ଅଣହଳଦିଆ
  1. Aṇahaladiā (ଦେ.ବିଣ.) - ଯେଉଁ ତିଅଣରେ ଆଦୌ ହଳଦି ପଡ଼ି ନ ଥାଏ କିମ୍ବା ଉପଯୁକ୍ତ ପରିମାଣରେ ହଳଦି ପଡ଼ି ନ ଥାଏ  (curry) Not flavoured with turmeric.
1729 ଅଣହିତ
  1. Aṇahita (ଗ୍ରା.ବିଣ.) - ଅହିତ Not beneficial.
  2. ଅମଙ୍ଗଳକର Inauspicious.
  3. (ଗ୍ରା.ବି.) - ଅଶୁଭ; ମନ୍ଦ Evil.
1730 ଅଣହୁଡ଼ା

Also : [ ଅଣହୁଡ଼ ]

  1. Aṇahuṟḍ̠ā (ଦେ.ବିଣ.) - ଯେଉଁ ଲୋକ ପ୍ରକୃତରେ ମରିଯାଇ ନ ଥାଏ କିନ୍ତୁ ମୃତ୍ୟୁର କେତେକ ପୂର୍ବ ଲକ୍ଷଣ ଦେଖି ସ୍ୱଜନମାନେ ଯାହାର ମୃତ୍ୟୁ ଆସନ୍ନ ବୋଲି ଆଶଙ୍କା କରି, କୌଣସି ତୀର୍ଥ ସ୍ଥାନରେ ମରିବା ପାଇଁ ତାହାକୁ ନେଇ ଯାଆନ୍ତି, କିମ୍ବା ଯାହାଠାରେ ମୃତ୍ୟୁର କେତେକ ଲକ୍ଷଣ ଦେଖି ସ୍ୱଜନମାନେ ମୃତ୍ୟୁ ହୋଇଅଛି ବୋଲି ସ୍ଥିର କରି ଶ୍ମଶାନକୁ ନେଇ ଥାଆନ୍ତି, କିନ୍ତୁ ସେ ଲୋକଠାରେ ଜୀବନର ଲକ୍ଷଣ ପ୍ରକାଶ ହେବାରୁ ତାକୁ ଘରକୁ ଫେରାଇ ଆଣନ୍ତି (a person) Who is taken to a sacred place to die or who is taken to the cremation ground by his relatives thinking that he is going to die or is dead but who revives afterwards and is brought back home.
  2. ଅଭ୍ରାନ୍ତ Unmistaken.
  3. (ଦେ.କ୍ରି.) - ଭ୍ରମପ୍ରମାଦ ବିନା  Without mistake.
  4. (ଦେ.ବି.) - ଭ୍ରାନ୍ତିଶୂନ୍ୟତା Freedom from mistake.
Page 346 of 687



expoodisha.com

 

Other Dictionary