| 1536 |
ଅଟାଳି |
- Aṭāḻi (ଦେ.ବି.) - ଆଠଗଡ଼ରେ ଅଧିଷ୍ଠିତ ଅଟାଳି ଜଗନ୍ନାଥ Name of Hindu Deity of Athagarh Atāli Jagannātha
|
| 1537 |
ଅଟେଇ |
Also : [ ଅଟାଇ ]
- Aṭei (ଦେ.ବି.) - ଗୋରୁ, ବାଛୁରି, ଛେଳି ଆଦିଙ୍କୁ ରଖିବା ପାଇଁ ବାଡ଼ ଘେରା ଛୋଟ ସ୍ଥାନ A crib; a small enclosure for keeping cattle, calves and sheep.
- ଶସ୍ୟ ସଞ୍ଚୟ ସ୍ଥାନ; ଅମାର Granary.
- (ବି. ପ୍ରାଦେ./ଗଡ଼ଜାତ) - ଧାନ ୫/୭ ଗାଡ଼ି ରହିବା ଭଳି ବଡ଼ କୋଡ଼ମେଇ A big wicker work; reservoir for storing paddy.
|
| 1538 |
ଅଟୋ |
- Aṭo (ବୈ.ବି.) - ଅତର Attar; otto.
- (ବୈ.ବି.) ଅଟୋରିକ୍ସା An auto rickshaw.
- (ସଂକ୍ଷେପାକାର.) ସଞ୍ଚାଳନ ପାଇଁ ଅନୁମତି (Abbr.) Authorization to Operate
- ସ୍ବୟଂ self
|
| 1539 |
ଅଟ୍ଟ |
Also : [ ଅଟ୍ଟଟ୍ଟ ]
- Aṭṭa (root) (ସଂ.) - ଅନାଦର କରିବା To slight; to disregard.
- ଉପହାସ କରିବା To deride.
- (ସଂ.ବି.) - ଅଟ୍ଟାଳିକା; ପ୍ରାସାଦ; ବଡ଼ କୋଠା Mansion; palatial building.
- କୋଠାର ଉପର ମାହାଲାରେ ଥିବା ଘର A room in the upper storey of a building.
- ହଟ୍ଟ; ହାଟ Market; mart.
- ସରୁ ସୂତାଲୁଗା Fine linen cloth (Apte).
- ଭାତ; ପକ୍ୱାନ୍ନ Boiled rice.
- ଧୃଷ୍ଟତା Overbearing conduct.
- (ସଂ.ବିଣ.) - (ହାସ୍ୟ ପୂର୍ବରେ ଯୁକ୍ତ) ଉଚ୍ଚୈଃସ୍ୱରଯୁକ୍ତ Loud.
- ନିୟତ Frequent.
- ଶୁଷ୍କ Dry (Apte).
|
| 1540 |
ଅଟ୍ଟକ |
- Aṭṭaka (ସଂ.ବି.) - କୋଠାର ଛାତ ଉପରେ ଥିବା କୋଠରି An apartment on the roof; a watch-tower.
|