Language Section

 

 

 

 

 

 

Dictionary : View_page

ID Main Word Content
1531 ଅଟା
  1. Aṭā (ଦେ.ବି.) - ଶସ୍ୟର ଚୂର୍ଣ୍ଣ Powdered corn; flour.
  2. ଗହମର ଚୂନା Wheat flour.
  3. ନିଆଁ ବଡ଼ିଆ, ଘରେ ଧୂଆଁ ଦେଇ ମଶା ମାଛିଙ୍କ ଉପଦ୍ରବ ନିବାରଣ, କରିବା ପାଇଁ କିମ୍ବା ଭବିଷ୍ୟତରେ ପିକା ଖାଇବା, ଦୀପ ଲଗାଇବା ଆଦି କାମ ପାଇଁ ଅଗ୍ନି ସଂରକ୍ଷଣାର୍ଥ ବେଣୀ ପରି ମୋଡ଼ା ହୋଇଥିବା କୁଟା ବା ନଡ଼ା Plaited straw used for preserving fire and for fumigation.


[ ଦ୍ର ] ଗହମକୁ ଚକିରେ ଚୁରିଲେ ଯେଉଁ ଚୂନା ହୁଏ, ତାକୁ ସାଧାରଣତଃ ଅଟା ବୋଲାଯାଏ। ଅଟାକୁ ଚାଲୁଣିରେ ଚଲାଇଲେ ଯେଉଁ ସୂକ୍ଷ୍ମ ଚୂନା ବାହାରେ, ତାକୁ ମଇଦା ବୋଲାଯାଏ, ଯେଉଁ ଗହମ ଖୁଦ ବାହାରେ ତାକୁ ସୂଜୀ ବୋଲାଯାଏ ଓ ଯେଉଁ କାଣ୍ଡିଆ କୁଣ୍ଡା ବାହାରେ ତାକୁ ଚୋକଡ଼ ବୋଲାଯାଏ। 

1532 ଅଟାକଳ
  1. Aṭākala (ଦେ.ବି.) - ଗହମ ଆଦି ଶସ୍ୟକୁ ଚୂରିବା ପାଇଁ ବ୍ୟବହୃତ କଳ  Flour-mill.
1533 ଅଟାଚଲା
  1. Aṭāchaḻā (ଦେ.ବି.) - ଚୂରା ହେବା ଅଟାକୁ ଛାଣି ତହିଁରୁ ମଇଦା ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ଚାଲୁଣୀ A flour-sieve.
1534 ଅଟାପେଷା
  1. Aṭāpeshā (ଦେ.ବି.) - ଗହମକୁ ଚକିରେ ଚୂରିବା କର୍ମ  Act of grinding corn for flour. 
1535 ଅଟାପେଷାଳି
  1. Aṭāpeshāḻi (ଦେ.ବିଣ.) - ଯେ ଗହମକୁ ଚୂରି ଅଟା କରେ (a person) who grinds corn for flour.
Page 307 of 687



expoodisha.com

 

Other Dictionary