Language Section

 

 

 

 

 

 

Dictionary : View_page

ID Main Word Content
1501 ଅଞ୍ଜୁମନ୍‌
  1. An̄juman (ବୈ.ବି./ଫା.) -  ସଭା; ସମିତି An association.
1502 ଅଞ୍ଜୁଳା

Also : [ ଆଞ୍ଜୁଳା ]

  1. An̄juḻā (ଦେ.ବି.) - ଅଞ୍ଜଳି; ପାତ୍ରୀକୃତ କରତଳଦ୍ୱୟ The two palms of the hands folded and hollowed into a cup.
  2. ଏକ ଅଞ୍ଜଳିରେ ସମ୍ଭେଇବା ବସ୍ତୁ A quantity of any thing which can be contained in the cup shaped hollowed palms; one handful. 
1503 ଅଟ୍‌
  1. Aṭ (root) (ଧାତୁ) (ସଂ.)ଗମନ କରିବା To go; to move.
  2. ଚାଲିବା; ଭ୍ରମଣ କରିବା To walk.
  3. ପରିଭ୍ରମଣ କରିବା To wander; to roam about.
1504 ଅଟ
  1. Aṭa (ଦେ.ବି.) - ଆଚ୍ଛାଦନ Covering.
  2. ଆଖିର କଜ୍ଜ୍ୱଳ Collyrium.
  3. (ଦେ.)ଭୂ ଧାତୁର ବର୍ତ୍ତମାନ କାଳରେ ବ୍ୟବହୃତ ଆଦ୍ୟାଂଶ The first portion of the verb bhu (ଭୂ) in the present tense.
     [ ଦ୍ର ] [ଭୂ ଧାତୁର ବର୍ତ୍ତମାନ କାଳର ଭିନ୍ନ ଭିନ୍ନ ପୁରୁଷ ଓ ବଚନରେ 'ଅଟ' ଯୁକ୍ତ ଆକାରମାନ] ୧ମ (ବା ଉତ୍ତମ) ପୁରୁଷ ଏକବଚନ ବହୁବଚନ ଅନାଦରାର୍ଥକ- ମୁଁ ଅଟେଁଆମ୍ଭେମାନେ ଅଟୁଁ ଆଦରାର୍ଥକ - ଆମ୍ଭେ ଅଟୁଁ ୨ୟ (ବା ମଧ୍ୟମ) ପୁରୁଷ ହେୟାର୍ଥକ - ତୁ ଅଟୁ ସାମାନ୍ୟାର୍ଥକ - ତୁମ୍ଭେ ଅଟ ତୁମ୍ଭେମାନେ ଅଟ ମାନ୍ୟାର୍ଥକ - ଆପଣ ଅଟନ୍ତି - ଆପଣମାନେ ଅଟନ୍ତି ୩ୟ ପୁରୁଷ ଅନାଦରାର୍ଥକ - ସେ ଅଟଇ (ପଦ୍ୟ), ଅଟେ (ଗଦ୍ୟ) ସେମାନେ ଅଟନ୍ତି ଆଦରାର୍ଥକ -ସେ ଅଟନ୍ତି।
1505 ଅଟକ
  1. Aṭaka (ସଂ.ବିଣ.) - ପରିଭ୍ରମଣକାରୀ; ପରିବ୍ରାଜକ  Roaming; wandering (Ante)
  2. (ବୈ.ବି.) - ଗତିରାହିତ୍ୟ Stoppage of motion; halt.
  3. ଅବରୋଧ; ରୋଧ Obstruction; restraint.
  4. ବାଧା; ବିଘ୍ନ Hindrance.
  5. ସ୍ଥଗିତକରଣ; ବନ୍ଦ କରିବା Stopping; cessation.
  6. ବାସନ୍ଦ; ସମାଜଚ୍ୟୁତି Ostracism; excommunication.
  7. ନିଷେଧ; ମନା Prohibition. (ଯଥା -ନିଆଁ ପାଣି ଅଟକ; ଧୋବା ଭଣ୍ଡାରି ଅଟକ।)
  8. କ୍ରୋକ; କୋରଖ Attachment; distraint. (ଯଥା - ଫସଲ ଅଟକ।)
  9. ପୂର୍ବ ସ୍ଥାନରେ ବା ଯଥାସ୍ଥାନରେ ଅବସ୍ଥିତି Proper position; being at the proper place.
  10. ବାଡ଼ Fencing.
  11. ସ୍ରୋତ ପ୍ରତିରୋଧ କରିବା ବନ୍ଧ A dam; a bandh.
  12. (ନାମ) ପଞ୍ଜାବ ଓ ଆଫଗାନିସ୍ଥାନର ସୀମାରେ ଥିବା ଭାରତର ଉତ୍ତର ପଶ୍ଚିମସ୍ଥ କ୍ଷୁଦ୍ର ନଗରବିଶେଷ Attock; name of a small town in the north western frontier of India.
  13. (ବୈ.ବିଣ.)ଗତିରହିତ Halted.
  14. ଯାହାର ଗତିରୋଧ କରାଯାଇଅଛି Restrained.
  15. ସ୍ଥଗିତ କରାଯାଇଥିବା Stopped.
  16. ବାଧାପ୍ରାପ୍ତ Obstructed; hindered.
  17. ନିଷିଦ୍ଧ Prohibited.
  18. ସମାଜଚ୍ୟୁତ Excommunicated; ostracised.
  19. କୋରଖ କରାଯାଇଥିବା Attached; distrained.

[ ଢଗ ] କଟକ! ଛଟକ ଦେଖାଇ କରେ ଅଟକ।

Page 301 of 687



expoodisha.com

 

Other Dictionary