| 1506 |
ଅଟକଳ |
- Aṭakaḻa (ଦେ.ବି.) - ଅନ୍ଦାଜ; ଅନୁମାନ Guess.
- ପରିମାଣ Measure.
- ଇୟତ୍ତା; କୁତ Estimate; rough estimate.
|
| 1507 |
ଅଟକା |
- Aṭakā (ଦେ.ବି.) - ଅଟକାଇବା କର୍ମ Act of restraining.
- କୋରଖ; ଅଟକ Attachment.
- (ଦେ.ବିଣ.) - ଯାହାକୁ ଅଟକ କରାଯାଇଥାଏ Restrained.
- କୋରଖ କରାଯାଇଥିବା Aṭtached.
|
| 1508 |
ଅଟକାଅଟକି |
- Aṭakāataki (ଦେ.ବି.) - ଅନେକ ବସ୍ତୁ ବା ବ୍ୟକ୍ତିଙ୍କୁ ଅଟକାଇବା କର୍ମ Several acts of restraining.
|
| 1509 |
ଅଟକାଇବା |
Also : [ ଅଟକେଇବା ]
- Aṭakāibā (ଦେ.କ୍ରି.) - ଅଟକିବାର ଣିଜନ୍ତ ଓ ସକର୍ମକରୂପ Causative and transitive form of the verb Aṭakibā.
- ଅଟକ କରିବା; ଗତିରୋଧ କରବା To restrain.
- କୋରଖ କରିବା To attach.
- କୌଣସି ଦ୍ରବ୍ୟ ବିକ୍ରି ନ କରିବା ପାଇଁ ଆଦେଶ ଦେଇ ବନ୍ଦ କରିବା To order a thing not to be sold.
- ଫସଲ କାଟି ନ ନେବାପାଇଁ ପ୍ରଜାକୁ ବନ୍ଦ କରିବା To distrain a crop.
- ଜାତିଚ୍ୟୁତ କରିବା To excommunicate.
|
| 1510 |
ଅଟକାଳି |
- Aṭakāḻi (ଦେ.ବି.) - ଘନା ଜାଉ; ଶସ୍ୟଚୂର୍ଣ୍ଣଦ୍ୱାରା ପ୍ରସ୍ତୁତ ବହଳିଆ କ୍ଷୀରୀ Thick gruel.
[ ଦ୍ର ] କ୍ଷୀରୀରେ ଦୁଧ ମିଶିଥାଏ; କ୍ଷୀରିସାରେ ଦୁଧ ଓ ପାଣି ମିଶିଥାଏ; ଜାଉରେ ପାଣି ମିଶି ପତଳା ହୋଇଥାଏ, ଅଟକାଳିରେ ପାଣି ମିଶି ଘନ ହୋଇଥାଏ।
|