| 1481 |
ଅଞ୍ଚିତ |
- An̄chita (ସଂ.ବିଣ.) - ପୂଜିତ Adored.
- ଆକୁଞ୍ଚିତ Contracted.
- ବକ୍ରୀକୃତ Bent.
- ଗ୍ରଥିତ Sewn; strung together.
- ଭୂଷିତ Adorned; decorated.
- ଦଣ୍ଡାୟମାନ; ଉତ୍ଥିତ Rising; standing.
|
| 1482 |
ଅଞ୍ଜ୍ |
- An̄j (root) (ଧାତୁ) (ସଂ.) - ରଞ୍ଜନ କରିବା To paint.
- ମିଶାଇବା To mix.
- ଗମନ କରିବା To go.
- ଦୀପ୍ତି ପାଇବା To shine.
|
| 1483 |
ଅଞ୍ଜନ |
- An̄jana (ସଂ.ବି.) - ଚକ୍ଷୁରଞ୍ଜନାର୍ଥ ବ୍ୟବହୃତ ଲେପ; କଜ୍ଜ୍ୱଳ Collyrium; ointment for the edge of the eye-lid.
- କଳା; ମସୀ; କାଳୀ Ink.
- ଦୀପ କଳା Lamp-black.
- ମଳି Dirt.
- ସୁରୁମା; ରସାଞ୍ଜନ Antimony.
- ଆୟୁର୍ବେଦୋକ୍ତ ଚାରି ପ୍ରକାରର ଅଞ୍ଜନ Four kinds of ointment mentioned in the Hindu medical books. (ଯଥା - ରସାଞ୍ଜନ, ଶ୍ରୋତ୍ରାଞ୍ଜନ, ସୌବୀରାଞ୍ଜନ, କୃତ୍ରିମାଞ୍ଜନ)
- ମ୍ରକ୍ଷଣ; ମିଶାଇବା Mixing up.
- ଗମନ; ଗତି Going; movement.
- ଅଗ୍ନି Fire.
- ପଶ୍ଚିମ ଦିଗର ହସ୍ତୀ Name of the elephant guarding the West.
- (ଦେ.ବିଣ.) - (ଅଞ୍ଜନ ପରି) କଳା; କୃଷ୍ଣ ବର୍ଣ୍ଣ Black.
|
| 1484 |
ଅଞ୍ଜନ କାଠି |
- An̄jana kāṭhi (ଦେ.ବି.) - ଆଖିରେ କଜଳ ଗାର ଦେବା ପାଇଁ ବ୍ୟବହୃତ କାଷ୍ଠ ବା ଧାତୁର ଗୋଲ ଶଳାକା A small pick used to lay collyrium on the eye-lids.
|
| 1485 |
ଅଞ୍ଜନକେଶା |
- An̄janakeṡā (ସଂ.ବିଣ.) - କଜ୍ଜ୍ୱଳକୁନ୍ତଳା; ଯେଉଁ ସ୍ତ୍ରୀର ମୁଣ୍ଡର କେଶ କଜ୍ଜ୍ୱଳ ପରି ଗାଢ଼ କୃଷ୍ଣବର୍ଣ୍ଣ (a woman) Having deep black tresses of hair.
- (ବି) - ଅଞ୍ଜନକେଶୀ, କଜ୍ଜ୍ବଳକେଶୀ
|