| 1226 |
ଅଚିନ୍ତନୀୟ |
Also : [ ଅଚିନ୍ତ୍ୟ ]
- Achintanīya (ସଂ.ବିଣ.) - ଯାହା ଚିନ୍ତା କରାଯାଇ ନ ପାରେ; ଚିନ୍ତାତୀତ; ଚିନ୍ତାର ଦୁରଧିଗମ୍ୟ; ଅଭାବନୀୟ Unthinkable.
- କଳ୍ପନାତୀତ Unimaginable.
- ଅବୋଧ୍ୟ Incomprehensible.
|
| 1227 |
ଅଚିନ୍ତା |
- Achintā (ସଂ.ବି.) - ଚିନ୍ତାଶୂନ୍ୟତା; ନିଶ୍ଚିନ୍ତତା Freedom from anxiety or care.
- ଦାୟିତ୍ୱଜ୍ଞାନଶୂନ୍ୟତା Irresponsibility.
- (ଦେ.ବିଣ.) - ନିଶ୍ଚିନ୍ତ; ଚିନ୍ତାରହିତ Free from anxiety or care.
- ଚିନ୍ତା କରିବାକୁ ଯାହାର କୌଣସି ବିଷୟ ନ ଥାଏ Having nothing to be anxious about.
|
| 1228 |
ଅଚିନ୍ତା ପହଣ୍ଡ |
Also : [ ଅଚିତା ପହଣ୍ଡ ]
- Achiṇtā pahaṇda (ପ୍ରାଦେ. (ପୁରୀ) ବି.) - ଯେଉଁ ଆବୃତ ଗଳିରାସ୍ତା ବାଟ ଜଗନ୍ନାଥ ମହାପ୍ରଭୁଙ୍କ ରୋଷରୁ ଭୋଗମଣ୍ଡପକୁ ରନ୍ଧା ହୋଇଥିବା ଅହ୍ମଣିଆ ଅନ୍ନ ବ୍ୟଞ୍ଜନାଦି ବୁହା ହୁଏ A roofed passage through which the cooked food is carried to the main temple of Puri for being offered to the Deity Jagannatha.
- ଜଗନ୍ନାଥମନ୍ଦିରର ନାଟମନ୍ଦିର ମଧ୍ୟସ୍ଥ ସ୍ଥାନବିଶେଷ, ଯେଉଁଠାରେ ଭକ୍ତମାନେ ବସି ସ୍ତୁତି ପାଠ ଓ ଭଜନ କରନ୍ତି (ସମ୍ଭବତଃ ଏଠାରେ ବସି ସ୍ତୁତିପାଠ କରୁଥିବା ବେଳେ ଭକ୍ତକୁ ସଂସାରଚିନ୍ତା ବାଧେ ନାହିଁ ବୋଲି ଏହି ନାମ) Name of a portion of the portico inside the Nātamandira of the temple of Jagannatha at Puri where devotees sit and recite prayers and hymns.
|
| 1229 |
ଅଚିନ୍ତିତ |
- Achintita (ସଂ.ବିଣ.) - ଅକଳ୍ପିତ Unimagined.
- ଚିନ୍ତିତ ହୋଇ ନ ଥିବା Unthought of.
|
| 1230 |
ଅଚିନ୍ତିତପୂର୍ବ |
- Achintitapūrba (ସଂ.ବି.) - ଯେଉଁ ବିଷୟ ପୂର୍ବରୁ ଚିନ୍ତିତ ହୋଇ ନ ଥାଏ Not thought of beforehand.
|