| 1211 |
ଅଚାନକ୍ |
- Achānak (ବୈଦେ. କ୍ରି.) - ଅକସ୍ମାତ୍; ହଠାତ୍; ହୁ କରି Suddenly; all on a sudden.
- ଅପ୍ରତ୍ୟାଶିତରୂପେ Unexpectedly.
- ପ୍ରଚୁରରୂପେ; ବହୁତ Excessively.
- ( ଦେ.ବିଣ.) - ଅପ୍ରତ୍ୟାଶିତ Unexpected.
- ଆକସ୍ମିକ Sudden.
- (ଦେ.ବି.) - (ହଠାତ୍ ଉପସ୍ଥିତ ବିପଦ) ମହାମାରୀ The plague.
- ଓଲାଉଠା; ବିସୂଚିକା Cholera
- ଦେଶବ୍ୟାପୀ କୌଣସି ସଂକ୍ରାମକ ବ୍ୟାଧି An Epidemic.
- ହଠାତ୍ ଉପସ୍ଥିତ ବିପଦ A sudden calamity.
|
| 1212 |
ଅଚାନକା |
- Achānakā (ଦେ.ବି.) - (ଅଚାନକ୍, ହଠାତ୍) ଓଲାଉଠା; ବିସୂଚିକା Cholera.
|
| 1213 |
ଅଚା ନ ଛାଡ଼ିବା |
- Achā na chhāṟḍ̠ibā (ଦେ.କ୍ରି.) - ଅଚା ରେଖା ଦ୍ୱାରା ସୀମାବଦ୍ଧ ସ୍ଥାନକୁ ନ ଟପି ହଳ ବୁଲାଇବା To plough within the limits of the circular furrow-line.
- (ଲକ୍ଷଣାର୍ଥ) ନିର୍ଦ୍ଦିଷ୍ଟ ସୀମାର ବାହାରକୁ ନ ଯିବା Not to go beyond bounds; to stick to the prescribed limits.
- (ଲକ୍ଷଣାର୍ଥ) ନିର୍ଦ୍ଧାରିତ ନିୟମକୁ ଜଗି ଜଗି କାମ କରିବା To adhere to the prescribed rules; to stick to the point.
- (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ସିଦ୍ଧହସ୍ତତା ଦେଖାଇବା To exhibit skilnl in any work.
|
| 1214 |
ଅଚାନିକି |
Also : [ ଅଚାନିକା ଝାଡ଼ା, ଅଚାନିକିଆ ]
- Achāniki (ଦେ.ବି.) - ଅଚାନିକା ଝାଡ଼ା; ଓଲାଉଠା Cholera
|
| 1215 |
ଅଚାବୁଆ |
Also : [ ଅଚାବୁହା, ଅଚାଭୁଆ ]
- Achābuā (ଦେ.ବି.) - (ଯେଉଁ ଚାଷୀ ଅନିପୁଣ ଥିବାରୁ ଅଚାରେଖାର ସୀମା ମଧ୍ୟରେ ହଳ ବୁଲାଇ ନ ପାରି, ଆଚା ଛାଡ଼ିଯାଏ ଅର୍ଥାତ୍ ଯେଉଁ ଚାଷୀ ଅଚା ନ ଧରି ଭୁଆଁ ବୁଲେ) ଅନିପୁଣ Unskilful.
- ଲକ୍ଷ୍ୟଭ୍ରଷ୍ଟ Missing the aim; departing from the prescribed limit.
- କିଂକର୍ତ୍ତବ୍ୟବିମୂଢ଼ Bewildered.
- ତ୍ରସ୍ତବ୍ୟସ୍ତ Frightened; alarmed. [ ଢଗ ] ସବୁ ପାଠ ପଢ଼େ ଶୁଆ, ବିଲେଇ ଦେଖିଲେ ଅଚାବୁଆ।
- ଆଚମ୍ବିତ; ଆଶ୍ଚର୍ଯ୍ୟାନ୍ୱିତ Astonished.
|